STORYMIRROR

linki barik

Inspirational

3  

linki barik

Inspirational

ଅବଶୋଶର ଧୂଆଁ

ଅବଶୋଶର ଧୂଆଁ

1 min
123

ନେତ୍ରପଟରେ ପ୍ରତିବିମ୍ବ ଅମାନିଆ

ନଚିଯାଉଛି ଆଜି କିଆଁ 

ମନେ ଦୃଢ଼ ପଶ୍ଚାତାପ କରୁଛି କିମିଆଁ

କ୍ଷଣେ ପ୍ରତିକ୍ଷଣେ ଏଠି ଅବଶୋଶର ଧୂଆଁ।।


ଚାଲି ଯାଉଥିବା ସମୟକୁ କେ ରୋକି ପାରେ 

ବୋହିଲା ପାଣିକୁ ହାତେ ଆଞ୍ଜୁଳା କରି କେ ଧରି ପାରେ!!


ତୁମ ସହ ଇତି ସ୍ଥାପନ ବେଳକୁ ହୋଇଗଲ ତୁମେ ଅତଏବ 

ତୁମକୁ ସମ୍ଭାବ୍ୟ ରୂପେ କଳା ବେଳକୁ ବ୍ୟକ୍ତ ହେଲ ତୁମ୍ଭେ ସମ୍ବୋଧନ।।


ଅଧିକାର ଜାହିର କରିବା ସମୟେ ହେଲ ତୁମେ ଅଧୀଶ୍ଵର 

ଖୋଲି ଦେଇ ଗଲ ଚିର ଦିନ ପାଇଁ ବିଗତ ସ୍ମୃତିର ଦୁଆର।।


ବଞ୍ଚିଛି ମୁଁ ପିଇ ପିଇ ଛଳନାର ପୀୟୂଷ 

ଦଂଶନ କରେ କ୍ଷଣେ ପ୍ରତିକ୍ଷଣେ ମନତଳର ଅବଶୋଷ।।


ନୀରବ ରହି ନୀରବନ୍ତେ ନୀରବନ୍ତେ ତୁମେ ଆଜି ଜିତିଗଲ 

କିଛି ଅବଶୋଷର ଧୂଆଁ ସହ ଅବିଶ୍ୱାସର ନିଆଁ ଭେଟି ଦେଇ ଗଲ।।


କେବେ ଆସି ସୁଣିଦେଖ ପ୍ରତିଧ୍ଵନି ହୃଦୟର

ଆଜି ବି ବିବ୍ରତ ମନର କୋଣ ଅନୁକୋଣ 

ଆଜି ବି ଅସ୍ତବ୍ୟସ୍ତ ହୃଦୟର ଏ ଗୋଲାପି ସହର

ଆଜି ବି ମନେ କରେ ଆଲୋଡନ ତୁମର ସେ ମିଠା ସଞ୍ଚାର।।


ଉଜୁଡ଼ା ସପନ ସାଉଁଟି ରାତି ମୋର ଯାଏ କଟି 

ତୁଚ୍ଛ ଜୀବନ ଯାଏ ବିତିବିତି ମରୀଚିକା ପଛେ ଧାଇଁ।।


ନେତ୍ରପଟରେ ପ୍ରତିବିମ୍ବ ଅମାନିଆ

ନାଚିଯାଉଛି ଆଜି କିଆଁ 

ମନେ ଦୃଢ଼ ପଶ୍ଚାତାପ କରୁଛି କିମିଆଁ

କ୍ଷଣେ ପ୍ରତିକ୍ଷଣେ ଏଠି ଅବଶୋଶର ଧୂଆଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational