STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଅମର ବୀର ସନ୍ତାନ

ଅମର ବୀର ସନ୍ତାନ

1 min
197

ଜନନୀ ମୋ ଜନ୍ମଭୂମି

 ତୁହି ମୋ ଭାରତ ମାତା

ତୋ କୋଳେ ଜନମି

 ଜନନୀ ମୋହର 

  ହୋଇବି ଜଗତ ଜିତା।

ତୁହି ମୋ ଭାରତ ମାତା    


ଗାନ୍ଧୀ ଗୋପବନ୍ଧୁ ନେତାଜୀ ସୁଭାଷ

 ଶାସ୍ତ୍ରୀ ବକ୍ସି ଜଗବନ୍ଧୁ

ଲାଲ୍ ବାଲ୍ ପାଲ୍ ବାଜିଆ ରାଉତ

 ପୁଣି ଆମ ମଧୁବାବୁ

କରମ ସାଧିଲେ ସୁ ଯଶ ରଖିଲେ

ନୁଆଁଇ ନ ଥିଲେ ମଥା।

 ତୁହି ମୋ ଭାରତ ମାତା   


ରାଣୀ ଲକ୍ଷ୍ମୀବାଇ ସାହସ ପାଖରେ

 ନଇଁ ଯାଏ ଆମ ମଥା

ଲକ୍ଷ୍ମଣ ନାୟକ ବିର୍ସା ମୁଣ୍ଡା ପୁଣି

 ଯାହା ପାଇଁ ଦେଲେ ମଥା

ଏମିତି ଜନନୀ କୋଳେ ମୁଁ ଜନମି

 ହେବି ମୁଁ ଜଗତଜିତା।

 ତୁହି ମୋ ଭାରତମାତା   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational