STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଭାରତ ଏ ମୋ ଭାରତ

ଭାରତ ଏ ମୋ ଭାରତ

1 min
181

ଭାରତ... ଏ ଦେଶ ମୋ ଭାରତ...

       ଗାଏ ତାର ଜୟଗୀତ  

ଯା'ର ନୀତି ଆଦର୍ଶ 

      କରେ ମୋତେ ଅନୁପ୍ରାଣିତ  

କୋଟିଏରେ ଗୋଟିଏ 

  ସାରା ବିଶ୍ଵେ ଏ ଦେଶ ମୋ ବିଖ୍ୟାତ। 

ଭାରତ... ଏ ଦେଶ ମୋ ଭାରତ... 

ଯା' ମସ୍ତକେ ମୁକୁଟ ସମ 

       ଶୋଭାପାଏ ହିମାଳୟ  

ତିନି ଦିଗେ ମହାସାଗର 

       ସୁରକ୍ଷାର ମହାବଳୟ। 

ଗଙ୍ଗା ଯମୁନା ସରସ୍ଵତୀ 

      ବକ୍ଷେ ତାର ଅମୃତ ଝର  

କେଦାର କାନ୍ତାର ତାହାର 

       ଦିଶଇ ସବୁଜ ସୁନ୍ଦର। 

ଗାଏ ସଦା ତାର ଜୟଗୀତ  

ଭାରତ... ଏ ଦେଶ ମୋ ଭାରତ... 

      ମୁନି ଋଷି ସାଧୁ ସନ୍ନ୍ୟାସୀ 

ସୁର ବୀର ମହାପୁରୁଷ  

      ଏ ଦେଶର ଗର୍ବ ଗୌରବ 

ବଜାଇ ରଖିଛନ୍ତି ଯଶ। 

      ଦେବାଦେବୀଙ୍କ ପୂଣ୍ୟପୀଠ  

ସଂସ୍କୃତିର କରେ ବିକାଶ  

       ଶାସ୍ତ୍ର ବେଦ ଉପନିଷଦ 

ଜ୍ଞାନ ଜ୍ୟୋତି କରେ ପ୍ରକାଶ। 

     ଅମ୍ଳାନ ତା' ଗୀତା ଭାଗବତ 

ଭାରତ... ଏ ଦେଶ ମୋ ଭାରତ... 

ମାତା ସୀତା ସାବିତ୍ରୀ ଦେବୀ 

      ମା' ମମତାର ନିର୍ଝରିଣୀ 

ବୈକୁଣ୍ଠ ସମ ପରିବାର 

      ଗଠନେ ସଦା ପୂଜାରିଣୀ। 

ସେବାରେ ତାର ଥାଇ ରତ 

       ଜୀବନ କରିବି ସାର୍ଥକ 

ଅରଜି ଯଶ ମାନ କୀର୍ତ୍ତି 

     ରଖିବି ମୋ ଦେଶର ଟେକ। 

ଧନ୍ୟ ମୁଁ ହୋଇ ଏ ଦେଶେ ଜାତ  

ଭାରତ... ଏ ଦେଶ ମୋ ଭାରତ... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational