STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
237

   ସେ ସତ୍ୟ ସେ ଶିବ ସେ ସୁନ୍ଦର

    ସେ ଚିରନ୍ତନ ଶାଶ୍ଵତ

   ଆତ୍ମା ସହ ଆତ୍ମାର ମିଳନ

   ସେ ଦୁଇଟି ଆତ୍ମାର ଅଟେ ଯୋଗସୂତ୍ର

   ସଂସାରର ଅଟେ ପରା ଉଜ୍ଵଳ ପ୍ରଦୀପ

  ପ୍ରେମ ପୂଣ୍ୟତୋୟା ଗଙ୍ଗା ସଦୃଶ ସ୍ୱଚ୍ଛ

   ପ୍ରେମ ମହାର୍ଘ ପ୍ରେମ ପୂଣ୍ୟ

   ପ୍ରେମ ହିଁ ଯୁଗେ ଯୁଗେ ମହାପୂଣ୍ୟ

   ପ୍ରେମ ଅଟେ ଜୀବନ ପ୍ରଦୀପ

    ପ୍ରେମ ନୁହେଁ ପାପ ।


   ପ୍ରେମ ହିଁ ସଂସାରର ମୂଳାଧାର

  ପ୍ରେମ ଦିବ୍ୟ ଚେତନାର ଅଥଳ ସାଗର

   ମାୟା ମୋହରୁ ଉର୍ଦ୍ଧ୍ୱରେ ପ୍ରେମ

   ଜଗତର ନାମ ଅର୍ଥ କ୍ରୋଧ କାମ

    ଆଶା ନିରାଶାର ବ୍ୟତିକ୍ରମ

   ପ୍ରେମ ଭୋଗ ପୁଣି ପ୍ରେମ ତ୍ୟାଗ

   ପ୍ରେମ ହିଁ ଅଟେ ବିଭୁଙ୍କର ଆଶୀର୍ବାଦ

   ପ୍ରେମ ନୁହଁଇ ଅଭିଶାପ 

    ପ୍ରେମ ନୁହେଁ ପାପ ।


   ସୃଷ୍ଟିର ସର୍ଜନା କରେ ପ୍ରେମ

   ଭୋଗ ବିଳାସର ବସ୍ତୁ ଭାବି

    ଏ ମାନବ କରେ ଭ୍ରମ

   ପ୍ରେମର ସୁନ୍ଦର ସ୍ଵରୂପ

   ଅନାଦି ପ୍ରଭୁଙ୍କ ସେ ରୂପ

   ପ୍ରେମରେ ଗଢା ଏ ସଂସାର

  ପ୍ରେମ ବିହୁନେ ଜଗତ ଅସାର

   ପ୍ରେମ ହିଁ ସତ୍ୟ ଧରି କଳ୍ପ କଳ୍ପ

   ପ୍ରେମ ନୁହଁଇ ବୁଢୀ ଅସୁରୁଣୀର ଗଳ୍ପ

   ପ୍ରେମ ସତ୍ୟ ସନାତନ ସ୍ଵରୂପ

    ପ୍ରେମ ନୁହେଁ ପାପ ।


   ମାୟା ମୋହରୁ ଉର୍ଦ୍ଧ୍ୱକୁ ଯାଅ

   ପ୍ରକୃତ ପ୍ରେମର ସନ୍ଧାନ ପାଅ

   ପିତା ମାତା ଗୁରୁ ଗୁରୁଜନ ହିଁ

   ପ୍ରେମର ପ୍ରଥମ ସତ୍ୟ ସ୍ଵରୂପ

    ବନ୍ଧୁ ବାନ୍ଧବ ପରିଜନ 

   ଅଟନ୍ତି ପ୍ରେମର ଦ୍ଵିତୀୟ ସୋପାନ

   ପ୍ରେମିକା ପ୍ରେମିକଙ୍କ ପ୍ରେମର ସମ୍ପର୍କ

   ଈଶ୍ଵର ଅଟନ୍ତି ତା'ର ମାଲିକ

    ସ୍ଵର୍ଗୀୟ ସୁଖ ରୂପକ ଅଟେ ପ୍ରେମ

    ମିଛ ମାୟାରେ ନ ହୁଅ ଭ୍ରମ

   ପ୍ରେମ ହିଁ ଈଶ୍ଵରଙ୍କ ଦାନ ପୂଣ୍ୟ

     ପ୍ରେମ ହିଁ ଈଶ୍ଵରଙ୍କ ରୂପ

    ପ୍ରେମ ନୁହଁଇ ଅଭିଶାପ

     ପ୍ରେମ ନୁହେଁ ପାପ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational