STORYMIRROR

Bijoy Jena

Inspirational Others

3  

Bijoy Jena

Inspirational Others

ଠାକୁରଙ୍କ ଲୀଳା ସ୍ଥାନ

ଠାକୁରଙ୍କ ଲୀଳା ସ୍ଥାନ

1 min
160

       

ପ୍ରଭୁ ରାମକୃଷ୍ଣ  ପରମହଂସ ସେ

      ଜନ୍ମି କାମାରପୁକୁର

ମହାତୀର୍ଥ ସ୍ଥାନ  ବୋଲାଇଛି ଭବେ

     ପଦ ଲଭି ଶ୍ରୀଠାକୁର। 

ତାଙ୍କ ଜନ୍ମସ୍ଥଳି  ଢିଙ୍କିଶାଳ ଥିଲା

      ପରେ ହୋଇଛି ମନ୍ଦିର

ଠାକୁରଙ୍କ ମୂର୍ତ୍ତି  ବିରାଜମାନ ଯେ

      ଲୀଳାସ୍ଥାନ ଚମତ୍କାର।

ଗୃହର ଦେବତା   ରଘୁବୀର ଶିଳା

      ପୂଜ୍ୟଶିଳା ରାମେଶ୍ୱର

ଘଟ ସ୍ୱରୁପିଣୀ  ଶୀତଳା ମାତାଙ୍କ

       ପୂଜାହୁଏ ବେଦି ପର ।

ଅଛି ସେହି ସ୍ଥାନେ ଯୋଗୀ ମାନଙ୍କର

      ସୁନ୍ଦର ଶିବ ମନ୍ଦିର

ଏକ ଦିବ୍ୟଜ୍ୟୋତି  ମନ୍ଦିରୁ ବାହାରି

       ହୋଇଛି ଗର୍ଭ ସଞ୍ଚାର।

ମାତା ଚନ୍ଦ୍ରମଣି  ଗର୍ଭରେ ସମ୍ଭୂତ

      ଠାକୁର ଶ୍ରୀରାମକୃଷ୍ଣ

ଅତି ଦୟାଶୀଳା ସରଳା ରମଣୀ

     ଦେବାଦେବୀ ତାଙ୍କ ବଶ।

ପିତା କ୍ଷୁଦିରାମ ନିଷ୍ଠାବାନ ଅତି

     ଗୟାତୀର୍ଥେ ସପନରେ

ପ୍ରଭୁ ଗଦାଧର  କହିଲେ ମୁଁ ଜନ୍ମ 

     ନେବି ତୁମରି କୋଳରେ।

ଅଦ୍ଭୁତ ଚରିତ  ଅଯୋନି ସମ୍ଭୁତ 

     ଜନମିଲେ ଅବହେଳେ

ଧନୀ କମାରୁଣୀ ଧ୍ୟାଇମାଆ ହେଲା

     ଭିକ୍ଷାମାତା ବ୍ରତବେଳେ।

ବାଲ୍ୟକାଳୁ ଉଚ୍ଚ ନୀଚ ଭେଦଭାବ 

     ନଥିଲା ତାଙ୍କ ମନରେ

ସାଧୁସନ୍ଥ ସେବା ନିତ୍ୟକର୍ମ ଲାହା 

     ବାବୁଙ୍କ ଅତିଥି ଶାଳେ।              

ହାଲଦାର ନାମେ  ପୁଷ୍କରିଣୀ କୂଳେ

     ଠାକୁରଙ୍କ ଲୀଳାଖେଳା

ମାଣିକଲାଲଙ୍କ  ଆମ୍ରକାନନରେ

     କେତେ ଅଭିନୟ ଲୀଳା।

ଶୁଭଙ୍କରୀ ଅଙ୍କ  ବଡ କଷ୍ଟସାଧ୍ୟ 

     ଚାଟଶାଳୀ ପାଠ ଶେଷ

ବଡଭାଇ ରାମ  କୁମାର ସଂସ୍କୃତ

    ଟୋଲରେ ହେଲେ ପ୍ରବେଶ।

ବ୍ରାହ୍ମଣ ହୋଇକି ଶ୍ଳୋକଟି ପଢିକି

    ଚାଉଳ କଦଳୀ ବାନ୍ଧ

ଏପରି ବିଦ୍ୟାକୁ  ଶିଖିବି ନାହିଁ ମୁଁ 

    ପାଠପଢା ହେଲା ବନ୍ଦ।

ଦକ୍ଷିଣେଶ୍ୱରର  କାଳୀମନ୍ଦିରକୁ

    ଭାଇଙ୍କ ସହିତ ଯାତ୍ରା 

ପୂଜକ ଭାଇଙ୍କୁ ସହାୟତା କରି

     ବଢିଲା ଆନନ୍ଦ ମାତ୍ରା।

ପକ୍ଷୀର କୁଜନ  କୁସୁମ ଶୋଭିତ

    ମନ୍ଦିର ଉଦ୍ୟାନେ ଥାଇ

ପବିତ୍ର ସଲିଳା  ନଦୀ ଭାଗିରଥୀ

     କୁଳୁକୁଳୁ ଗୀତ ଗାଇ।

ଠାକୁରଙ୍କ ଲୀଳା ପ୍ରକଟ ହୋଇଲା

      ଭବାନୀଙ୍କ ପୂଜାକାଳେ

ରାଣୀ ରାସମଣି  ମଥୁର ବାବୁଯେ

      ଧନ୍ୟହେଲେ ଲୀଳା ଦେଖି।

ବ୍ୟାକୁଳତା ଭାବେ ମାଆଙ୍କୁ ଡାକିଲେ

     ଦିବାରାତି ଏକ କରି 

ପାଷାଣ ଦେବୀସେ ଚିନ୍ମୟୀ ହୋଇଲେ

    ଦେଖାଦେଲେ ମାଆପରି।

କେତେ ଲୀଳାଖେଳା ଘଟିଗଲା ସେଠି

    ମାତୃକୃପା ବରଷଣ

ଗୁରୁ ଆଉ ଗୁର୍ବୀ ଆସିଗଲେ କେତେ

    ଠାକୁରଙ୍କ ଶିକ୍ଷା ପୂର୍ଣ୍ଣ ।

ବେଦାନ୍ତ ସନ୍ନ୍ୟାସୀ ଗୁରୁ ତୋତାପୁରୀ

   ଦେଲେ ରାମକୃଷ୍ଣ ନାମ

ପରମହଂସକୁ ପ୍ରମାଣିତ କଲେ

   ପଣ୍ଡିତ ସଭା ଆହ୍ବାନ।

ସବୁରି ମତରେ ସାଧନା କରିସେ

   ଧର୍ମ ସମନ୍ନ୍ବୟ କଲେ

ତାଙ୍କଠୁ ଉଦାର ଧର୍ମ ଶିକ୍ଷା ପାଇଁ 

   କେତେ ମହାତ୍ମା ଆସିଲେ।

ନାହାନ୍ତି ଠାକୁର  ଅଛି ସେହି ସ୍ଥାନ

       ଶିହରିତ ତନୁ ମନ

ଦକ୍ଷିଣେଶ୍ବରର ପୂଣ୍ୟ ପୀଠ ପରେ

      ସ୍ମୃତି ଆସେ ପୁନଃ ପୁନଃ ।

 


Rate this content
Log in

Similar oriya poem from Inspirational