STORYMIRROR

Sukanti Hotta

Inspirational

3  

Sukanti Hotta

Inspirational

ସାମାଜିକ ଦୂରତ୍ୱ

ସାମାଜିକ ଦୂରତ୍ୱ

1 min
11.7K

କରୋନା ଭୂତାଣୁ ପୃଥିବୀକୁ

ଦ୍ରୁତଗତିରେ ମାଡୁଛି

ପ୍ରତିକାର ପାଇଁ ସାରା ବିଶ୍ୱ

ରାତିଦିନ ଏକ କରିଛି


ମିଳିମିଶି କରି ସମସ୍ତେ ମନରେ

ଦୃଢ଼ ନିଷ୍ପତ୍ତି ନେବା

ସାମାଜିକ ଦୂରତ୍ୱ ବଜାୟ ରଖି

ମୁକାବିଲା କରିବା


ଅଟଳ ଅଚଳ ନିଷ୍ପତ୍ତି ହେବ

ଭାଙ୍ଗି ଜମା ପଡିବାନି

ସଚେତନ ରହି ନିୟମ ମାନି

ଭିଡ଼ ଜମା କରିବାନି


ସହାନୁଭୂତି ସହଯୋଗର

ହାତ ବଢେଇବା

କରୋନା ରୋଗୀକୁ ଘୃଣା ନକରି

ସାହାର୍ଯ୍ୟ କରିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational