ଏକତାର ବନ୍ଧନ
ଏକତାର ବନ୍ଧନ


ରାଗ ହିଂସା ଇର୍ଷା ସବୁ ଭୁଲିଯାଇ
ପ୍ରେମର ବନ୍ଧନ ବାନ୍ଧିବା
ଶାନ୍ତି ଏକତା ଅହିଁସାର ବାଣୀ
ସଂସାରେ ପ୍ରଚାର କରିବା ।
ବନ୍ଧୁତା ଆମର ଚିରଦିନ ପାଇଁ
ଅମର ସଦା ରଖିବା
ଜାତିଧର୍ମ ଭୂଲି ଭାଇଚାରା ଭାବ
ସାରା ବିଶ୍ୱରେ ବୁଣିବା ।
ଅଟଳ ଅଚଳ ଆମର ସଂକଳ୍ପ
ଦେଶର ମଙ୍ଗଳ ପାଇଁ
ସେବାହିଁ ହେବ ଜୀବନର ବ୍ରତ
କେବେବି ଭୁଲିବା ନାହିଁ ।
ସତ୍ୟ ଧର୍ମ ପଥ ବହୁତ କଠିନ
ଚାଲିବାକୁ ହିଁ ହେବ
ଏକତାର ବଳେ ବଳିୟାନ ହେଲେ
ବିଶ୍ୱ ହସି ଉଠିବ ।
ଦୁଇ ଦିନର ଜୀବନରେ ଆମେ
ସଂଘବଦ୍ଧ ହୋଇ ରହିବା
ଦୀପଶୀଖା ପରି ନିଜେ ଜଳିଜଳି
ଅନ୍ୟକୁ ଆଲୋକ ଦେବା ।