STORYMIRROR

Sukanti Hotta

Inspirational

3  

Sukanti Hotta

Inspirational

ରଥ ଗଡିବ ବିଶ୍ୱ ହସିବ

ରଥ ଗଡିବ ବିଶ୍ୱ ହସିବ

1 min
52

ଚନ୍ଦ୍ର ସୂର୍ଯ୍ୟ ସମ ଜ୍ୱଳନ୍ତ ନୟନ

କରିବେ ପ୍ରଭୁ କରୋନା ଦହନ

ଭକତଙ୍କ ପ୍ରଭୁ ରଖିଲେ ମାନ

ଦର୍ଶନ ଦେବେ ଭକ୍ତ ଭଗବାନ

ବଡ଼ଦାଣ୍ଡ ହେବ ତିନି ରଥରେ ପୂର୍ଣ୍ଣ 


ପୂର୍ଣ୍ଣ ହେଲା ଭକତଙ୍କ ବିଶ୍ୱାସ

ଆନନ୍ଦେ ଗଡିବ ରଥ


ଚତୁର୍ଧାମୂର୍ତ୍ତିକୁ ଦର୍ଶନ କରିବେ

ବେନି ନୟନରେ ଅଶ୍ରୁ ଭରିବେ

ଭାବବିନୋଦିଆ ବିଜେ କରିବେ

ଘରେବସିକରି ସର୍ବେ ଦେଖିବେ 

ସୃଷ୍ଟି ରକ୍ଷା କରି ଦୁଷ୍ଟ ନାସିବେ


ପୂର୍ଣ୍ଣହେଲା ଭକତଙ୍କ ବିଶ୍ୱାସ

ଆନନ୍ଦେ ଗଡିବ ରଥ


ଟାହିୟା ହଲାଇ ଦୂରୁ ଡ଼ାକିବେ

ଗମ୍ଭିରାରୁ ଆସି ରଥେ ବସିବେ

ଜାତିଧର୍ମ ବର୍ଣ ଏକ କରିବେ

ତିନି ମୂର୍ତ୍ତି ରଥେ ବିଜେ କରିବେ

ଲୀଳାମୟ ପ୍ରଭୁ ଲୀଳା କରିବେ


ପୂର୍ଣ୍ଣହେଲା ଭକତଙ୍କ ବିଶ୍ୱାସ

ଆନନ୍ଦେ ଗଡିବ ରଥ


ଅଟକି ଅଟକି ରଥ ଗଡିବ

ଲାଲୀ ଅଧରରେ ହସିଣ ଦେବ

ଭାଇଭଗ୍ନୀଙ୍କୁ ସାଥିରେ ନେବ

ଲକ୍ଷ୍ମୀଙ୍କୁ ମନ୍ଦିରେ ଛାଡି ଆସିବ

ମାଉସୀ ମାଆ ଘରେ ଯାଇ ରହିବ


ପୂର୍ଣ୍ଣହେଲା ଭକତଙ୍କ ବିଶ୍ୱାସ

ଆନନ୍ଦେ ଗଡିବ ରଥ


ଲକ୍ଷ୍ମୀମାଆଙ୍କ କୋପ ଦେଖିବେ

ମାଉସୀ ମାଆ ଘରୁ ପ୍ରଭୁ ଆସିବେ

ସୁନାବେଶରେ ଦର୍ଶନ ଦେବେ

ରସଗୋଲା ଦେଇ ମାନ ଭାଙ୍ଗିବେ

ନୀଳାଦ୍ରୀନାଥ ବିଜେ ହୋଇବେ


ପୂର୍ଣ୍ଣହେଲା ଭକତଙ୍କ ବିଶ୍ୱାସ

ଆନନ୍ଦେ ଗଡିବ ରଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational