Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

4.1  

Sukanti Hotta

Others

ରାକ୍ଷୀର ବନ୍ଧନ

ରାକ୍ଷୀର ବନ୍ଧନ

1 min
80


ରାକ୍ଷୀ ଧରି ହାତେ ଅପେକ୍ଷା କରିଛି

ଭାଇ ହାତେ ବାନ୍ଧିବାକୁ

ଭାଇ ପସନ୍ଦର ମିଠେଇ ରଖିଛି

ଖୋଇବାକୁ ଭାଇକୁ l

ଭାଇ ଭଉଣୀର ପବିତ୍ର ସମ୍ପର୍କ

ରେଶମ ଡୋରିରେ ବନ୍ଧା

ସ୍ନେହ ପ୍ରେମର ପବିତ୍ର ବନ୍ଧନ

ଯୁଗ ଯୁଗ ପାଇଁ ଛନ୍ଦା l

ବଳଦେବଙ୍କ ଜନମ ଦିନଟି

ଅତି ଆନନ୍ଦର ଦିନ

ଗୋମାତାଙ୍କୁ ପୂଜା କରନ୍ତି ସଭିଏଁ

ଲଗାଇ ସିନ୍ଦୁର ଚନ୍ଦନ l

ପିଠା ମିଠା କରି ଗାଈକୁ ଦିଅନ୍ତି

ଅତି ଶରଧା ମନେ

ଓଡ଼ିଆ ସଂସ୍କୃତି ପରମ୍ପରାକୁ

ପାଳନ୍ତି ସଭିଏଁ ଜନେ l

ଭାଇ ଭଉଣୀର ପବିତ୍ର ବନ୍ଧନ

ଜଗନ୍ନାଥ ସଂସ୍କୃତି

ରକ୍ଷା କରିବାକୁ ଚିରଦିନ ପାଇଁ

ଦିଅନ୍ତି ପ୍ରତିଶୃତି l

ଦି ହଜାର କୋଡିଏ ରକ୍ଷା ବନ୍ଧନରେ

ଭାଇଠାରୁ ଦୂରେ ରହି

ଠାକୁରଙ୍କୁ ମୁଁ ରାକ୍ଷୀ ବାନ୍ଧିଦେବି

କରୋନା ନାଶ କହି l

କାଳିଆ ବଳିଆ ପରି ଦୁଇଭାଇ

ତୁମ କୃପାରୁ ପାଇଛି

ରେଶମ ଡୋରିଟି ବାନ୍ଧିଦେଇକରି

ଏତିକି ମୁଁ ମାଗୁଛି l

ଜଗତର ନାଥ ଆହେ ଜଗନ୍ନାଥ

କରୁଣା ତୁମେ କରିବ

ମୋର ଭାଇଙ୍କୁ ସହାୟ ହୋଇ

ସୁଖଶାନ୍ତି ଭରିଦେବ l

ଭାଇ କରିଦେଲି ତୁମ ଦୁହିଁଙ୍କୁ ମୁଁ

ରେଶମ ଡୋରିଟି ବାନ୍ଧି

ଚିରଦିନ ପାଇଁ ଭଉଣୀ ବନିଲି

ସମ୍ପର୍କରେ ହେଲି ଛନ୍ଦି l

କରିନିଅ ମୋତେ ସୁଭଦ୍ରା ଭଉଣୀ

ପବିତ୍ର ହେଉ ବନ୍ଧନ

ମୋ ପରିବାରକୁ ସୁଖଶାନ୍ତି ଦେଇ

ରଖିବ ତୁମେ ମାନ l


Rate this content
Log in