Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Rana

Inspirational

3  

Prasanna Rana

Inspirational

ହେ ନେତାଜୀ !

ହେ ନେତାଜୀ !

1 min
128


ହେ ନେତାଜୀ !

ମରି ନାହଁ ତୁମେ ମରି ପାରିବନି

ବଞ୍ଚିଛ ତୁମେ ଆଜି।

ହେ ନେତାଜୀ ।

ତବ ଆଗମନେ ନବ ଯୁବାପ୍ରାଣେ

ସଂଚିଲା ନୂଆଁ ଆଶା,

ନିର୍ଭୀକତା ତବ ବଦଲାଇ ଦେଲା

ଜାତିପ୍ରେମ ପରିଭାଷା।

ହାରି ଗୁହାରିର ଯୁଗ ସରିଗଲା

ଅସ୍ତ୍ର ଧରିଲ ମାଜି,

ହେ ନେତାଜୀ ।

ରକ୍ତ ଦିଅ,ମୁଁ ସ୍ୱାଧୀନତା ଦେବି

ଚାଲରେ ଦିଲ୍ଲୀ ଚାଲ,

ସ୍ୱାଧୀନତା ଆମ ଜନ୍ମ ଅଧିକାର

ଚାପୁଡ଼ା ଖାଇବ ଗାଲ ?

ତୋଷାମଦ,ତେଲ,ମାଡ଼ଖିଆ ଛାଡ଼ି

ରଖିଲ ଜୀବନ ବାଜି,

ହେ ନେତାଜୀ ।

ବଜ୍ରଘୋଷ ତବ ଯୁବକ ପରାଣେ

ଉନ୍ମାଦ ଦେଲା ଭରି,

ଆଜାଦ୍‌ ହିନ୍ଦ୍‌ ଫୌଜ୍‌ ଗରଜି ଉଠିଲା

ଗୁଳି ବନ୍ଧୁକ ଧରି।

ବ୍ରିଟିଶ୍‌ ଶାସନ ପ୍ରମାଦ ଗଣିଲା

ଅହମିକା ଗଲା ଭାଜି,

ହେ ନେତାଜୀ ।

ଇମ୍ଫାଲ ବକ୍ଷେ ଉଡ଼ାଇଲ ତୁମେ

ପ୍ରଥମେ ତ୍ରିରଙ୍ଗା ବାନା,

ଗୋରା ସରକାର ଛାନିଆଁ ହୋଇଲା

ଗରବ ହୋଇଲା ଚୁନା।

ସ୍ୱାଧୀନତାର ପଥ ଖୋଲିଦେଲ

ଅଗ୍ର ସୈନିକ ସାଜି,

ହେ ନେତାଜୀ ।



Rate this content
Log in

Similar oriya poem from Inspirational