STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

କଣ୍ଟକିତ ପଥ

କଣ୍ଟକିତ ପଥ

1 min
225

ଜୀବନ ଯାତ୍ରାର କଣ୍ଟକିତ ପଥ 

ପାଦେ ପାଦେ ବିପଦପୂର୍ଣ୍ଣ 

ଆଗକୁ ଆଗେଇ ଯିବା ଭାରି କଷ୍ଟ  

ଭାବିଲେ ଏ ପଥ ଦୁର୍ଗମ ଦୁଃସାଧ୍ୟ 

ହୁଏନା କେବେ ଲକ୍ଷ୍ୟସ୍ଥଳରେ ପହଞ୍ଚି 

ଭବିଷ୍ୟତର ସୁନେଲି ସ୍ୱପ୍ନ ହୁଏ ନଷ୍ଟ। 

ରୋଗ ଶୋକ ଦୁଃଖ ଅଭାବ 

ଏ ପଥର କଣ୍ଟକ ସମ ପ୍ରତିବନ୍ଧ  

କରି ତାର ପ୍ରତିକାର ରଖିଲେ ଧୈର୍ଯ୍ୟ 

ସଫଳତା ପାଇବା ହୁଏ ସତସିଦ୍ଧ।

ପ୍ରତିକୂଳ ପରିବେଶ ପରିସ୍ଥିତି 

ନିୟନ୍ତ୍ରଣ କରେ ପଥିକର ଗତି ପ୍ରଗତି  

ସେ ଦୁରବସ୍ଥାକୁ ପାଖରୁ କରି ଦୂର 

ଭରସା ବିଶ୍ଵାସରେ ରଖିଥାଏ ତାର ସ୍ଥିତି। 

ମନକୁ ଯୋଗାଏ ଅମାପ ଇନ୍ଧନ 

ସାହସ ସହିଷ୍ଣୁତାର ଅଦୃଶ୍ୟ ଶକ୍ତି 

ସଚେତନ ରହି କରୁଥିଲେ ଉପଚାର 

ସେ ବାଧା ବନ୍ଧନରୁ ପାଏ ମୁକ୍ତି।

ଚାଲୁଚାଲୁ ଯଦି ପଡେ କେବେ ଝୁଣ୍ଟି 

ପାଦରେ ପାଦ ତାର ହୋଇ ଛନ୍ଦାଛନ୍ଦି 

କ୍ଷତାକ୍ତରେ ଲହୁ ଲୁହାଣ ହେଲେ ବି 

ଉପସମ ପରେ ପୁଣି ହୁଏ ପ୍ରତିଦ୍ଵନ୍ଦ୍ୱୀ।

ଦୋଷ ଦେଇ ଭାଗ୍ୟ ବିଧାତାକୁ 

ହୋଇ ରହିଲେ ଉଦାସ କି ବିମୁଖ  

ମିଳେନା ଶାନ୍ତି ସନ୍ତୋଷ ଆନନ୍ଦ 

ପାଖକୁ ଧାଇଁ ଆସେ ଖାଲି ଦୁଃଖ। 

ଚେଷ୍ଟା ଉଦ୍ୟମ ରଖିଥିଲେ ଅବ୍ୟାହତ 

ସୁଗମ ହୁଏ ଏ ବନ୍ଧୁର କଣ୍ଟକିତ ପଥ  

ଆଶା ସପନ ଫଳବତୀ ହୋଇ 

ପରିପୂର୍ଣ୍ଣ ହୁଏ ତାର ମନୋରଥ। 

ପାହାଡି ଝରଣା ପରି ଥିଲେ ଦ୍ରୁତବେଗ 

ଅଗମ୍ୟ ହୁଏନା ତା' ଯାତ୍ରା ପଥ  

ପଥ ଖୋଜି ନିଜେ ଦୁର୍ବାର ଗତିରେ 

ମାଡି ଚାଲିଥାଏ ନେଇ ଦୃଢ ଶପଥ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational