STORYMIRROR

Basanti Pattnaik

Inspirational

3  

Basanti Pattnaik

Inspirational

" ସାଧାରଣ ତନ୍ତ୍ର ଦିବସେ"

" ସାଧାରଣ ତନ୍ତ୍ର ଦିବସେ"

1 min
145

    ଦେଶ ମାତୃକାର ସାଧନ ଲାଗି

     ଛାତିକୁ ଦେଖାଇ ମସାଲ ଧରିଲେ

    ବ୍ରିଟିଶ ଲାଠିକୁ ନ ଡରି ହସି

     ଅଗ୍ନି କୁଣ୍ଡରେ ଜୀବନ ଦେଲେ

   ମୋ ମାଟି ସଂଗ୍ରାମୀ ପୁତ୍ରର 

      ବଳିଦାନ ତ ଅସୀମ ଥିଲା

    ଗାନ୍ଧୀ ଜୀଙ୍କ ଡ଼ାକରାରେ

       ମୋ ଓଡ଼ିଶା ପୁତ୍ର ଆଗରେ ଥିଲା

   ପାପଡା ହାଣ୍ଡିରେ ଗୁଳି କାଣ୍ଡ

       ଲକ୍ଷ୍ମଣ ନାଏକ ଫାଶୀ ପାଇଲେ

   ନୀଳଗିରି ର ବହୁ ସାନ୍ତାଳ 

        ଗୁଳି ମାଡ଼ରେ ଟଳି ପଡିଲେ

   ଓଡ଼ିଶା ମାଟିର ଗଳିକନ୍ଦିରେ

        ଗୁଳି ର ବର୍ଷା ଚାଲିଲା

  ଅନ୍ଧକାରରେ ଚିକିତ୍ସା ଆଳରେ

       ବହୁ ମୃତକଙ୍କୁ ଜାଳି ଦିଆଗଲା

   ବହୁ ସତ୍ୟାଗ୍ରହୀ ନଦୀ କୁ ଲମ୍ଫ ମାରିଲେ

        ଜୀବନ ରକ୍ଷା ପାଇଁ ଚେଷ୍ଟା କରିଲେ

   ବହୁ ବୀର ପୁତ୍ରର ବଳିଦାନ

         ଅଗୋଚର ରେ  ଛୁପିଗଲା

    ଇତିହାସ ଖାତାରେ ଅନେକ ନାମ

         ଅଛପା ରହିଗଲା

    ମୋ ମାଟି ସଂଗ୍ରାମୀ ପୁତ୍ରକୁ

         କୋଟି ପ୍ରଣାମ କରୁଛୁ

   ଯାହାଙ୍କ ରକ୍ତରେ ରଞ୍ଜିତ ହୋଇ

         ସ୍ବାଧୀନତା ଆମେ ପାଇଛୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational