STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

ଅନୁତପ୍ତ

ଅନୁତପ୍ତ

1 min
187


ଭୁଲ୍ ଟା ନ ଥିଲା ଏମିତି ବଡ଼,

ଚାହିଁଥିଲେ ବେଳ ଥାଉଁ,

ପାରିଥାନ୍ତେ ସୁଧାରି ସହଜେ।

କିନ୍ତୁ ଆହା କୁଡିଆଟି ଜାଳି ଦେଲେ ଜାଣୁ ଜାଣୁ,

ଭାବି ପାରିଲେନି କ୍ଷଣେ,

ଗଢିଵା କେତେ କଠିନ,

ଭାଙ୍ଗଇ କେତେ ସହଜେ।


ସେଥିପାଇଁ କିଛି ଭୁଲ ତୁମର ବି

କିଛି ଭୁଲ୍ ମୋର ବି ଥିଲା,

କି' ବା ଲାଭ ନିକିତିରେ ଆଜି ତଉଲିଵା,

ତା ଭିତରୁ କେତେ ତୁମ ଥିଲା,

ଆଉ କେତେ ମୋର ଥିଲା?


କି ଲାଭ ପାଖେ ପାଖେ

ଶୋଇ ଥିଲେ,ଚାଲୁଥିଲେ,ବସିଥିଲେ

ନିରାସକ୍ତ,ସ୍ଥାଣୁ ହୋଇ।

କିବା ଲାଭ ହୃଦୟ ସ୍ପନ୍ଦନ  

ପିଟିଲେ ହାତୁଡି, ଯେବେ

ହୃଦୟଟା ଉଡିଯାଏ ରାତିର ଟିଟ୍ଟିଭ ହୋଇ।


କି ଲାଭ ଜହ୍ନକୁ ଚାହିଁ ଆକାଶରେ,

କଳାମେଘ ଢାଙ୍କି ଥାଏ 

ଯେବେ ସାରା ରାତି ।

ଜହ୍ନ ଯେବେ ଦେଖାଯାଏ ପୋଡ଼ା ରୁଟି ପରି

ତା ଉପରେ କବିତା କି ଲେଖାଯାଏ ସାଥୀ !


କୁହ ସାଥୀ,ସରଳ ସମାନ୍ତରାଳ

ହୁଏ ଯେବେ ଜୀବନ ରାସ୍ତା କାହାର,

ଲେଖିଥିବା ସ୍ବପ୍ନର ଏଲିଜି ଯେବେ

ହୋଇଯାଏ କରୁଣ ମୁର୍ଚ୍ଛନା ! 

କି ଲାଭ କି ଲାଭ ତୋଳି ସେ ସ୍ବର !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational