STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

ମହାତ୍ମା ସ୍ମରଣେ

ମହାତ୍ମା ସ୍ମରଣେ

1 min
193


ସୁଟ୍ ବୁଟ୍ ପିନ୍ଧା ଚର୍ଚ୍ଚିଲ୍ ତୁମକୁ କହିଲେ ଲଙ୍ଗଳା ଫକୀର,

ଫକୀର ବାଉଁଶ ବାଡ଼ି ଦେଖି ହୋସ ଉଡ଼ି ଯାଇଥିଲା ତାଙ୍କର।

ବାନ୍ଧି ଶେଷେ ପେଡି ପୁଟୁଳି,

ଦେଶ ଛାଡ଼ିଗଲେ ଗୋରା ସରକାର,ଖୋଲି ପରାଧୀନ ଶିଙ୍କୁଳି।


ସତ୍ୟ ପରିଚୟ ଥିଲା ଯେ ତୁମରି ଅହିଂସା ପରମ ଧରମ 

ବିନା ଖଡ୍ଗ ବିନା ଢାଲରେ ଶେଷରେ ଜିଣି ସ୍ବାଧୀନତା ସଂଗ୍ରାମ,

ଅସମ୍ଭବ କଲ ସମ୍ଭବ,

ଆଶ୍ଚର୍ଯ୍ୟ ହୋଇଲେ ବିଶ୍ବରେ ସକଳେ ଦେଖି ଅହିଂସାର ପ୍ରଭାବ।


କହିଥିଲ ଥରେ "ମୋ ଶବ ଉପରେ ଦେଶ ବିଭାଜନ ହୋଇବ",

କେ ଅନୁଭବିଵ ସେ ମହାନ ଭାବ, ଧର୍ମାନ୍ଧ ବା କାହୁଁ ବୁଝିବ,

ଖଣ୍ଡ ଖଣ୍ଡ ହେଲା ଭାରତ,

କଲିଜା ତୁମର ଚିରି ହୋଇଥିବ ଝରି ଯନ୍ତ୍ରଣାର ରକତ।


କହିଥିଲ ଥରେ ଭାରତ ମାଟିରେ ତୁମେ ରାମରାଜ୍ୟ ଗଢିବ,

ପ୍ରତିଶ୍ରୁତି ତୁମ ନୋହିଲା ପୂରଣ ଭବିତବ୍ୟ ଯାହା ଘଟିବ,

ଚାଲିଗଲ ଆର ପାରିକୁ,

ରାମରାଜ୍ୟ ହେଲା ଏ ଦେଶରେ ସ୍ବପ୍ନ କହିବୁ ବା ଆମ୍ଭେ କାହାକୁ।


ସତ୍ୟର ପୂଜାରୀ ତୁମ ଗାନ୍ଧୀଗିରୀ ନେତାଙ୍କ ଅଜୀର୍ଣ୍ଣ ହୋଇଲା,

ମିଛ,ଧପ୍ପାବାଜୀ,ଈର୍ଷା ଲୋଭ ମୋହ ସଭିଙ୍କୁ ଜାବୁଡ଼ି ଧରିଲା,

ରାମରାଜ୍ୟ ହେବ କେମନ୍ତେ,

ସ୍ବାର୍ଥକୁ ସାରଥୀ କଲେ ସବୁ ରଥି ଜାତି ନନ୍ଦିଘୋଷ ନିମନ୍ତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational