STORYMIRROR

Kulamani Sarangi

Tragedy

4  

Kulamani Sarangi

Tragedy

ଜାନ୍ତବ କ୍ଷୁଧା

ଜାନ୍ତବ କ୍ଷୁଧା

1 min
34


ଅଠରଟା ଭେଡିଆ ଆକ୍ରମଣରେ 

ଗୋଟାଏ ଆତ୍ମା ଛଟପଟ ହୁଏ,

ସେ ମୃତ୍ୟୁର ଭିକ ମାଗେନି,

ସେ ଯନ୍ତ୍ରଣାର ମୃତ୍ୟୁ ମାଗେ,

ସେ ବିଶ୍ବାସର ଯାନ୍ତବ କ୍ଷୁଧାକୁ

ଅବିଶ୍ବାସରେ ଆଖି ଫେଇ ଚାହେଁ,

ସେ ସମ୍ପର୍କର ଗଙ୍ଗାକୁ ଗଳିତ 

ନର୍ଦ୍ଦମାରେ ପରିଣତ ହେଵାର 

ଯନ୍ତ୍ରଣାରେ ଛାଟିପିଟି ହୁଏ,

ସେ ଦ୍ରୌପଦୀ ଭଳି କେଉଁ 

ଭଗବାନକୁ ଡାକେ ନାହିଁ,

ଯାହାକୁ ସେ ଭାବୁଥିଲା ଭଗବାନ ,

ସେହି ସ୍ବୟଂ ବଳାତ୍କାରୀଟିଏ !!


ନିଶ୍ବାସ ସହିତ ବିଶ୍ବାସର 

ଅକାଳ ମୃତ୍ୟୁପରେ;

ଚାହିଁ ରହେ ଯେବେ ତାର ଭୂତ 

ଡାକ୍ତରଖାନା ଛାତରେ ,ନିରନ୍ଧ୍ର ରାତିରେ

ବେଡସିଟ୍ ପଡ଼ିଥାଏ,

ରକ୍ତ ଆଉ ବୀର୍ଯ୍ୟରେ ଲୁତପୁତ୍ ହୋଇ,

ରାଜନୀତିର ଡିଏନଏ ଟେଷ୍ଟ୍ ଚାଲିଥାଏ 

ପେଚା ଆଉ ହାଇନାଙ୍କ 

ଲାବୋରେଟୋରିରେ।


ତୁମେ କୁଆଡ଼େ ରାଜନେତା !

କ୍ଷମତା ଗଳିରେ ତୁମେ ହତ୍ୟା କରିପାର 

ଏହି ଭଳି ସତ୍ୟକୁ ନିର୍ମମେ !!

ଧିକ୍ ତୁମ ରାଜନୀତି, ଧିକ୍ ତୁମେ ନେତା,

ତୁମକୁ ଯେ ବାଛିଛନ୍ତି ,ଧିକ୍ ସେ ଜନତା।


ତୁମେ ପୁଣି ଡାକ୍ତର ! ଡିନ୍, ପ୍ରଫେସର୍ !

ନିଜ କନ୍ୟାର ଧର୍ଷଣ 

ତୁମେ କଣ ସତେ କରିପାର !

ଦେଖି କି ପାରିବ ତୁମେ ସ୍ବଚକ୍ଷୁରେ 

ନିଜ କନ୍ୟା ନଗ୍ନ ଶରୀରରେ

ଶୋଣିତର ବନ୍ୟା,ଭେଡିଆ ନଖ ଆଘାତେ 

ଛିନ୍ନ ଭିନ୍ନ ମୁଖ ବକ୍ଷ ଗ୍ରୀବା ଆଉ ଗୁପ୍ତାଙ୍ଗରେ

ରକ୍ତର ପ୍ଲାବନ ! 


ଉପରେ ସିଂହାସନରେ 

ବସିଛି ସେ ରାଜା ନାମେ ଯେଉଁ ଅପଦାର୍ଥ,

ତାକୁ କଣ ଦେଖା ଯାଉନାହିଁ, 

କାମନା ଅଗ୍ନିରେ ଟକମକ୍ ଫୁଟିବାର

 ଅବଳା ଶୋଣିତ !!

ତାକୁ କଣ ଶୁଣାଯାଉ ନାହିଁ 

ନିରୀହାର ଆକୁଳ ଚିତ୍କାର !!

ଦେଖା ଯାଉନାହିଁ ତାକୁ 

ଭେଡିଆଙ୍କ ସାମୂହିକ ବଳାତ୍କାର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy