STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

ହେ ବାପୁ !

ହେ ବାପୁ !

1 min
124

ହେ ମହାତ୍ମା !

ତୁମେ ଆମପାଇଁ ନିଷ୍କାମ କର୍ମଯୋଗ ହୋଇ ରହିଗଲ;

ଯାହା ଆମେ ବାରମ୍ବାର ପଢିଲୁ,ପଢାଇଲୁ,

କିନ୍ତୁ ଜୀବନରେ ପ୍ରତିଫଳିତ କରି ପାରିଲୁନାହିଁ।

ହେ ପ୍ରଜ୍ଞା ପୁରୁଷ !

ସେଥିପାଇଁ ଆମର ସେ ପ୍ରଜ୍ଞା,ଅଥବା ପ୍ରତିଜ୍ଞା 

ଆଉ ସେହି ପ୍ରତିବଦ୍ଧତା ବା କାହିଁ ?


ହେ ଭାରତୀୟତାର ପ୍ରତୀକ,

ଲଙ୍ଗଳା ମଣିଷ !

ତୁମ ଲଙ୍ଗଳା ଫକୀର ଚେହେରାକୁ

ଆମେ ସିନା କାନ୍ଥରେ ଟଙ୍ଗେଇ

ଫୁଲମାଳ ଦେଉ ସବୁଦିନ,

ହେଲେ ଧୋତି ପିନ୍ଧିଲେ

ଆମକୁ ଲାଜ ଲାଗେ; ବିଦେଶୀ ପୋଷାକ ନପିନ୍ଧି

ଘରୁ ବାହାରକୁ ଗଲେ ଆମକୁ ଅସଭ୍ୟ ଭଳି ଲାଗେ।

ଆମର ଭାରତୀୟତା ତୁମ ଯିବା ପରେ ପରେ

ମରିଯାଇଛି ବାପୁ !


ହେ ଅହିଂସାର ପୂଜାରୀ !

ତୁମ ଉକ୍ତିକୁ ଆମେ ବେଦର ଗାର କରି

ଲେଖି ରଖିଛୁ.."ଗୋଟିଏ ଗାଲରେ କେହି ଚାପୁଡା ମାରିଲେ

ଆର ଗାଲଟି ଦେଖାଇଦିଅ"; 

କିନ୍ତୁ ବାସ୍ତବତା ଠାରୁ ଆମେ ଅନେକ ଦୂର ,

କେହି ଆମକୁ ଚାପୁଡ଼ା ମାରିଲେ,

ଆମେ ତା ଗଳା କାଟିଦେଉ,ଏତେ ଆତ୍ମପ୍ରବଞ୍ଚନା କେଉଁଠି ଦେଖିଛ ବାପୁ !


"ଜୀବେ ଦୟା" ନାମେ ଶ୍ରଦ୍ଧା ଥିଲା ତୁମ ମହାନ ଆଦର୍ଶ,

ପର୍ବପର୍ବାଣୀରେ ଆମେ ମାଂସ ନଖାଇଲେ,

ଆତ୍ମା ଆମର ହୁଏନା ପବିତ୍ର।

ବାପୁ! ଲଙ୍ଗଳା ଫକୀର ବୋଲି

ଯେଉଁମାନେ କରୁଥିଲେ ତାତ୍ସଲ୍ୟ ତୁମ୍ଭକୁ

ତୁମ୍ଭ ସିଂହ ରଡ଼ି ଶୁଣି ଫେରିଗଲେ

ସେ ନିଜ ଗୁମ୍ଫାକୁ।


ବିନା ଅସ୍ତ୍ର,ବିନା ଗୋଳା ବିନା ବାରୁଦରେ,

ଦେଇଥିଲ ତୁମେ ବାପୁ ଯୁଦ୍ଧର ଆହ୍ବାନ,

ଶକ୍ତିଶାଳୀ ଶାର୍ଦ୍ଦୁଳ ଆଗରେ।

ହେ ସାବରମତୀ ସନ୍ଥ,ହେ ଜାତି ଜନକ,

ଚିତ୍କାର କରୁଛି ଆଜି କବର ଭିତରେ

ତୁମରି ଆଦର୍ଶ, ଆସ ବାପୁ,ଥରେ ଆସି ଦେଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational