Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର Ajaya Kumar ବେହେରା Behera

Inspirational Others

4.8  

ଅଜୟ କୁମାର Ajaya Kumar ବେହେରା Behera

Inspirational Others

ଅସ୍ପୃଶ୍ୟତା

ଅସ୍ପୃଶ୍ୟତା

2 mins
578



ଅତୀତର ସେହି ଇତିହାସ ଲେଖା

    ହୋଇଥିଲେ ମଧ୍ୟ ସ୍ମୃତି ।

ଏବେ ବି ବଞ୍ଚିଛି କିଛି ପରମ୍ପରା

    ହୋଇନାହିଁ ତା'ର ଇତି

ଧରଣୀ ବକ୍ଷରେ ଯେବେଠାରୁ ହେଲା

       ଜୀବଜଗତର ସୃଷ୍ଟି ।

କ୍ରମ  ବିକାଶରେ  ମାନବ ଜାତିର

     ବଦଳି ଚାଲିଛି ଦୃଷ୍ଟି

ଶ୍ରେଷ୍ଠ ଜୀଵ ବୋଲି ମାନବ ବୋଲାଇ

      ପ୍ରଭୁତ୍ୱ ବିସ୍ତାର କଲା ।

ସମଗ୍ର ସୃଷ୍ଟିରେ ଅହଙ୍କାରୀ ହୋଇ

   ଅସ୍ପୃଶ୍ୟତା ଜନ୍ମ ଦେଲା

ସ୍ୱେଚ୍ଛାଚାରି ପଣେ ଅତ୍ୟାଚାର କଲା

      ଜୀବଜଗତ ଉପରେ ।

ନିଜ  ସ୍ୱାର୍ଥପାଇଁ  ଜୀବଜନ୍ତୁ ବାନ୍ଧି

    ବନ୍ଦୀ କଲା ନିଜ ଘରେ

ବର୍ଣ୍ଣ ବୈଷମ୍ୟରେ ନିଜର ଜାତିକୁ

     ନିଜେ ଭାଗ ଭାଗ କରି ।

ଉଚ୍ଚ ନୀଚ୍ଚ ଭେଦ ଧନୀ ଦରିଦ୍ରରେ

    ଜାତି ଧର୍ମ ପ୍ରଥା ଧରି

ନିଜକୁ ମଣିଲା ରାଜା ମହାରାଜା

    ସ୍ୱାମୀ ଗୋସେଇଁ ପଣ୍ଡିତ ।

ଦୁର୍ବଳ ଶ୍ରେଣୀକୁ ଶୋଷଣ କଷଣେ

   ଅନ୍ୟାୟେ କଲା ଦଣ୍ଡିତ

ସୃଷ୍ଟି ରହସ୍ୟକୁ ପାଶୋରିଲା ମନୁ

     ସୃଷ୍ଟି ବିରୁଦ୍ଧରେ ଯାଇ ।

ମଣିଷ ପଶୁଙ୍କୁ ଭୃତ୍ୟ କଲା ନେଇ

    ନିଜକୁ ମାଲିକ କହି

ଏତେ କରି ମନ ଶାନ୍ତି ହେଲା ନାହିଁ

    ଈଶ୍ୱରଙ୍କୁ କଲା ଭାଗ ।

ଭିନ୍ନ ଭିନ୍ନ ନାମେ ଉପାସନା କଲା

  ଲଗେଇ ବିଭିନ୍ନ ଭୋଗ

ଜାତି ଧର୍ମ ବାଦ ଦ୍ୱାହି ବିବାଦରେ

    ପରସ୍ପର କରି ଯୁଦ୍ଧ ।

ପଶୁପକ୍ଷୀ ସଙ୍ଗେ ମଣିଷ ଜାତିକୁ

  ଅନ୍ୟାୟରେ କଲା ବଧ

ବିଜ୍ଞାନ ବଳରେ ହୋଇ ବଳିୟାନ

    ପରିବେଶ କଲା ନଷ୍ଟ ।

ଧରଣୀକୁ ମଣି  ଶତ୍ରୁର  ଶିବିର

  ପ୍ରକୃତିକୁ ଦେଲା କଷ୍ଟ

ସହିବାର ସୀମା ଅତିକ୍ରାନ୍ତ ପରେ

     ପ୍ରକୃତିର କ୍ରୋଧ ବହ୍ନି ।

ଅଦୃଶ୍ୟ ଭୁତାଣୁ ଜନ୍ମ ଦେଲା କୋଳେ

    କୋରନା କୋକୁଆ ଜାଣି 

ଚତୁର୍ଦ୍ଦିଗେ ଘୁରି ଚେତାବନୀ ଦେଲା

     କୋରନା କରନା କହି ।

କେହି ଶୁଣିଲେନି କୋରନା ବାଣୀକୁ

   ଅହଙ୍କାରେ ଡୁବି ରହି

ବାସ୍ତବ ରୂପରେ ପ୍ରକଟ ହୋଇଲା

   କୋକୁଆ କୋରନା ହୋଇ ।

ଏକମାତ୍ର ଲକ୍ଷ୍ୟ ବିଶ୍ବରୁ ମାନବ

  ଜାତିର ନିପାତ ପାଇଁ

ବିଚିତ୍ର ଏ ଜୀଵ ଏମିତି ପ୍ରଭାବ

    ପଶୁପକ୍ଷୀ ତା'ର ମିତ୍ର ।

ସଂହାର କରୁଛି ସମଗ୍ର ବିଶ୍ୱରେ

  ସୁମରି ମଣିଷ ଗୋତ୍ର

ନାହିଁ ଭେଦଭାବ ଜାତିଗୋତ୍ର ବାଦ

     ଉଚ୍ଚନୀଚ ଜାତିଧର୍ମ ।

ରାଜା ମହାରାଜା ସାଧାରଣ ପ୍ରଜା

  ସବର୍ଣ୍ଣ କି ଅସବର୍ଣ୍ଣ

ଅଛୁଆଁ କରୁଛି ମଣିଷକୁ ସେହି

    ଧାଡିରେ କରୁଛି ଠିଆ ।

ଶୁଦ୍ର ଛୁଏଁ ନାହିଁ ଗୋସେଇଁଙ୍କୁ ଏବେ

  କହୁଛି ତୁମେ ଅଛୁଆଁ

ମାଲିକକୁ ଭୃତ୍ୟ ଘୃଣାରେ ଦେଖୁଛି

     ଛୁଇଁବାକୁ କରେ ମନା ।

ଶୁଦ୍ର ସ୍ପୃଶ୍ୟ ଏବେ କୋରନା ଶାସନେ

    ବ୍ରାହ୍ମଣ ଅସ୍ପୃଶ୍ୟେ ଗଣା

ମାଆର କୋଳରୁ ଶିଶୁକୁ ଛଡେଇ

    ନିଷ୍ଠୁର ମଣିଷ ଜାତି ।

ନିର୍ମମ ଭାବରେ ହତ୍ୟା କରୁଥିଲା

 ଗର୍ବରେ ଫୁଲେଇ ଛାତି

ପ୍ରତିଦାନ ଏବେ କୋରନା ଦେଉଛି

     ପରିବାର କରି ଭଗ୍ନ ।

ଜଣ ଜଣ କରି ଛଡେଇ ନେଉଛି

    ପରସ୍ପର କରି ଭିନ୍ନ

ପଶୁପକ୍ଷୀ ବାନ୍ଧି କରୁଥିଲା ବନ୍ଦୀ

    ଦିନେ ଏହି ଶ୍ରେଷ୍ଠ ଜାତି ।

ଆପେ ଆପେ ଏବେ ଗୃହବନ୍ଦୀ ହେଲା

   ଭୟରେ ଥରୁଛି ଛାତି

ନିରୀହ ପଶୁଙ୍କ ମୁହେଁ ତୁଣ୍ଡି ବାନ୍ଧି

    ଦେଉଥିଲା ଦିନେ ବଳୀ ।

ସେହି ତୁଣ୍ଡି ବାନ୍ଧି ଆଜି ସେ ବୁଲୁଛି

   ପଡୁଛି ପୁଣି ବି ଟଳି

ବାସ୍ତବ କୋରନା କୋକୁଆ ନୁହଁଇ

     ଧରାକୁ ଆସିଛି ଧାଇଁ ।

ପ୍ରାୟଶ୍ଚିତ ପାଇଁ ମାନବ ଜାତିକୁ

କାନେ କାନେ ଯାଏ କହି

''ସୁଜନ ହୁଅ ହେ କୁମତି ମାନବ

    ସ୍ୱାର୍ଥରୁ ନିବୃତ ହୋଇ ।

ଜାତି ଧର୍ମ ବର୍ଣ୍ଣ କର୍ମର ଊର୍ଦ୍ଧ୍ବରେ

   ଅଛୁଆଁ ନୁହନ୍ତି କେହି

ଈଶ୍ୱର ଆଲ୍ଲା ଯୀଶୁ ବୁଦ୍ଧ ଜୈନ

     ସର୍ବେ ଏକ ଭଗବାନ ।

ବିଶ୍ୱ ବ୍ରହ୍ମାଣ୍ଡର ସେହି ସୃଷ୍ଟିକର୍ତ୍ତା

  ସମସ୍ତଙ୍କୁ ଦେଲା ଜନ୍ମ

ହିନ୍ଦୁ ମୁସଲିମ ଜୈନ ଖ୍ରୀଷ୍ଟିଆନ

    ମଣିଷ ଜାତିର ନାମ ।

ନିଜ ସ୍ୱାର୍ଥ ପାଇଁ କାହା ଅଧିକାର

 କେବେ କରନାହିଁ ଛିନ୍ନ

ହିଂସା ଅହଙ୍କାର ମନର ବିକାର

   ହୃଦୟରୁ ପୋଛି ଦେଇ ।

ପରସ୍ପର ସ୍ନେହ ପ୍ରେମରେ ବଞ୍ଚିବା

  ପ୍ରକୃତି କୋଳରେ ରହି I


Rate this content
Log in

Similar oriya poem from Inspirational