STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

କେହି ଜଣେ ଥିଲେ କହି

କେହି ଜଣେ ଥିଲେ କହି

1 min
39


ନାମ ମନେ ପଡ଼ୁନାହିଁ , କେହି ଜଣେ ଥିଲେ କେହି,

ଏଇ ମନ ଚିର ବୃନ୍ଦାବନ,

"କାଲି" କଥା ଭୁଲିଯାଇ,

ନିତ୍ୟ ବୃନ୍ଦାବନେ "ଆଜି" କର ବିଚରଣ,

ଯୁଦ୍ଧର ବିରାମ କର ଅତୀତ ସହିତ,

ବୃନ୍ଦାବନ ହେବ ସୁଗନ୍ଧିତ,ବହୁଥିବ ପ୍ରଶାନ୍ତିର ଅପୂର୍ବ ବସନ୍ତ।


କହିଛନ୍ତି ଜଣେ କେହି,ନାମ ମନେ ପଡ଼ୁନାହିଁ 

ଅଯଥା ଚିନ୍ତାକୁ ମନୁ କର ବିତାଡ଼ିତ ,

କେହି କିଛି ଭାବୁଛି କି ତୁମ ବିଷୟରେ !!

ଗାଉଛି କି ଦୁନିଆଁ ଆଗରେ !!

ଭାବିଲେ ତାହା ନିରତ,ମନ ହେବ ଆନ୍ଦୋଳିତ;

କହିବା ତ ଦୁନିଆଁର କାମ,

ଗଜରାଜ ହୋଇ କର ନିର୍ଭୟେ ଗମନ,

ପଛେ ପଛେ ଭୁକୁଥାନ୍ତୁ ଶତ ଶତ ଶ୍ବାନ।


କେହି ଜଣେ ଥିଲେ କହି,ନାମ ମନେ ପଡ଼ୁନାହିଁ,

ସମୟର ଉପଚାର ଠାରୁ ଉପଚାର ନାହିଁ,

ଯେତେ ଘାତ ସୃଷ୍ଟି ହେଉ ପଛେ ହୃଦୟରେ,

ସବୁ ଘାଆ ଭରିଯାଏ ସମୟ ଛୁଆଁରେ,

ଶୁଷ୍କ, ପତ୍ରହୀନ ଲତା ଭରିଯାଏ ପଲ୍ଲବ ସମ୍ଭାରେ।


କେହି ଜଣେ ଥିଲେ କହି,ନାମ ମନେ ପଡ଼ୁନାହିଁ,

ତୁମ ଖୁସିର ମାଲିକ ନୁହେଁ ଅନ୍ୟ କେହି,

ତୁମ ଅନୁମତି ବିନା, ଦୁଃଖ କେ ଦେଇ ପାରେନା,

ନିଜେ ଯେବେ ନଚାହିଁବ ତୁମେ ପ୍ରିୟବର,

ଅପମାନିତ ତୁମକୁ କରିବ !! 

ଏ ଶକ୍ତି ନାହିଁ ବିଶ୍ବରେ କାହାର।


କେହି ଜଣେ ଥିଲେ କହି,ନାମ ମନେ ପଡ଼ୁନାହିଁ 

ନିଜର ତୁଳନା ଅନ୍ୟ ସଙ୍ଗେ କରନାହିଁ,

ନିଜ ନିକିତିରେ କାହା ଦୋଷଗୁଣ ତଉଲିବା 

ନୁହଇ ଉଚିତ,

କିଏ ଜାଣେ କେଉଁ ପରିସ୍ଥିତି 

କାହା ଜୀବନରେ ହୁଏ ଉପନିତ !


କେଉଁ ଝଡକୁ କିପରି କରିଛି ସାମନା କିଏ,

କେଉଁ ଦୁର୍ଦ୍ଦିନ ନିଆଁରେ କିଏ କାହିଁ ଜଳିଯାଏ,

କାହା ମନରେ କୁହୁଳେ, ଚିରନ୍ତନ ଅଶାନ୍ତିର ଦୁଃଖ,

ନ୍ୟାଯ୍ୟ ନୁହେଁ ନିଜ ମାପଦଣ୍ଡେ ଯେବେ 

ଅନ୍ୟକୁ ପରଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational