STORYMIRROR

Kulamani Sarangi

Classics

4  

Kulamani Sarangi

Classics

ମାଆ ତୁମେ

ମାଆ ତୁମେ

1 min
261


ମାଆ ତୁମେ ମହାଶକ୍ତି ହିମାଳୟ ଶିଖର,

ମାଆ ତୁମେ ମମତାର ସୀମାହୀନ ସାଗର।

ମାଆ ତୁମେ ବାତ୍ସଲ୍ୟର ସୁରଧୁନୀ ସମାନ,

ମାଆ ତୁମ ପଣତଟି ବରାଭୟ ଗଗନ ।


ତୁମେ ଦୁଷ୍କୃତ ନାଶିନୀ,ଅଭୟ ବର ଦାୟିନୀ,

ତୁମେ ସୁଜଳା ସୁଫଳା ଧରଣୀ ଶୋଭା ବର୍ଦ୍ଧିନୀ।

ସିଂହ ବାହିନୀ ଜନନୀ ମହିଷା ଦର୍ପ ମର୍ଦ୍ଦିନୀ,

ଦୁର୍ଗେ ଦୁର୍ଗତି ନାଶିନୀ ଦେବପୂଜ୍ୟା କାତ୍ୟାୟନୀ।


ଖଣ୍ଡା ଖର୍ପର ଧାରିଣୀ ଶୂଳ ଶଙ୍ଖ ଚକ୍ର ପାଣି,

ଦଶଭୁଜା ଅଗ୍ନିନେତ୍ରା ଦୁର୍ଦ୍ଦମ ସିଂହ ବାହିନୀ।

ଅବତାର ଧରାଧାମେ ଦୁଷ୍କୃତି ବିନାଶ ଅର୍ଥେ,

ଦେବ ଅଂଶୁ ଜାତ ମାତ ଧର୍ମ ରକ୍ଷଣ ନିମନ୍ତେ।


ତପ୍ତ ସୁବର୍ଣ୍ଣ ବରଣୀ ସ୍ବର୍ଣ୍ଣ ମୁକୁଟ ଧାରିଣୀ,

ଭକ୍ତ ସନ୍ତାପ ହାରିଣୀ ଦୁଷ୍ଟ ଦାନବ ବାରିଣୀ।

ପାଶେ ବିଜେ ସରସ୍ବତୀ ଲକ୍ଷ୍ମୀ, ଗୌରୀ ମହାକାଳୀ ,

ଗଣନାଥ, କାର୍ତ୍ତିକେୟ, ବ୍ରହ୍ମା ବିଷ୍ଣୁ ଶିବ ଶୁଳୀ ।


ତୁମ୍ଭେ ସତ୍ତ୍ୱ,ତୁମ୍ଭେ ରଜୋ ତୁମ୍ଭେ ତମ ଗୁଣତ୍ରୟ,

ତୁମ୍ଭେ ସ୍ତୁତି,ତୁମ୍ଭେ ଭୀତି ତୁମ୍ଭେ ଭୟ ବରାଭୟ।

ଆସ ଅବତରି ମାତେ ପାର୍ବଣେ ମହା ସମ୍ଭାରେ,

ତୁମ୍ଭ ପୂଜା ପାଇଁ ବିଶ୍ବ ଅପେକ୍ଷା ରତ ଆତୁରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics