STORYMIRROR

Anirudha Kund

Classics

3  

Anirudha Kund

Classics

ମୋ ପ୍ରାଣସ୍ପନ୍ଦନ

ମୋ ପ୍ରାଣସ୍ପନ୍ଦନ

1 min
145


ମଳୟ ପବନ ଛୁଇଁ ଯାରେ ମନ

  ହୃଦୟେ ଭରି ହରି ଚନ୍ଦନ

 ହରି ଙ୍କୁ ଅର୍ପିବି ଚନ୍ଦନେ ସେବି ବି

  ମୁଁ ପ୍ରିୟା, ସେ ମୋ ପ୍ରାଣସ୍ପନ୍ଦନ ।

   

 ଭରି ଦେ ଫଗୁଣ ଫଗୁରେ ଏ ମନ

    ରଙ୍ଗେଇବି ବ୍ରଜେନ୍ଦ୍ର ନନ୍ଦନ 

ଖେଳିବି ଅବିର  ଧରି ରଙ୍ଗାଧର

   ଥିବେ କେତେ ଗୋପୀ ଗୋପାଙ୍ଗନା

ଏ ଶ୍ରୀକ୍ଷେତ୍ର ର ହେବ ଗୋପପୁର 

 ମୁହିଁ ରାଧା, ସେ ମୋ ଶ୍ୟାମଘନ ।


 ହରି ଭକ୍ତି ପ୍ରାଣ ହେ ବୈଷ୍ଣବ ଜନ

   ଶିଖାଅ ନାମ ଭକତି ଗାନ 

ଭଜୁଥାଉ ମନ କାଳିଆ ବଦନ 

  ଝୁରି ଝୁରି ନନ୍ଦର ନନ୍ଦନ

ମାନବ ଜୀବନ ହୋଇ ଯିବ ଧନ୍ୟ 

ମୁହିଁ ଚୈତନ୍ୟ, ସେ ଜଗବନ୍ଦନ ।


Rate this content
Log in

Similar oriya poem from Classics