STORYMIRROR

Nrusingha Narayan Tripathy

Classics

3  

Nrusingha Narayan Tripathy

Classics

ନୀଳାଦ୍ରି ନାଥଙ୍କ ନୀଳାଦ୍ରି ବିଜେ

ନୀଳାଦ୍ରି ନାଥଙ୍କ ନୀଳାଦ୍ରି ବିଜେ

1 min
116


ପ୍ରଭୁ ଶ୍ରୀ ନୀଳାଦ୍ରୀ ନାଥ ରଥଯାତ୍ରା ସାରି ସେତ

ନୀଳ କନ୍ଦରେ ମନ୍ଦିରେ ନୀଳାଦ୍ରି ବିଜେ

ଶୁକ୍ଳପକ୍ଷ ଆଷାଢ଼ର ତ୍ରୟୋଦଶୀ ଯେ ତିଥିର

ନାନା ପୁଷ୍ପେ ନାନା ରଙ୍ଗେ ସୁନ୍ଦର ସାଜେ

ଆମର କାଳିଆ ଠାକୁର

ନବଦିନ ପରେ ଫେରେ ସେ ଶ୍ରୀମନ୍ଦିର l


ଭକ୍ତ ପ୍ରିୟ ଭାବଗ୍ରାହୀ ଭକ୍ତଙ୍କୁ ଦେଖିବା ପାଇଁ

ଘୋଷଯାତ୍ରା କରି ଯାଏ ଗୁଣ୍ଡିଚା ବାଡ଼ି

ଛାଡି ରତ୍ନ ସିଂହାସନ ଗୁଣ୍ଡିଚା ରାଣୀ ସମ୍ମାନ

ଆଡପ ମଣ୍ଡପେ ରହେ ସୁଖକୁ ଛାଡି

ସାଥିରେ ସୁଭଦ୍ରା ଭଉଣୀ

ଯାଇଥାନ୍ତି ବଡ଼ ଭାଇ ସେ ହଳପାଣି l


ମାନ ଅଭିମାନ କୋହ ହୃଦେ ଧରି ମାୟା ମୋହ

ଲଷ୍ମୀଦେବୀ କ୍ରୋଧ ହୋଇ ଦୁଆର କିଳେ

କରି ନାନା ଅପମାନ ପରିତୃପ୍ତ ହୁଏ ମନ

ମାନ ଭଞ୍ଜନେ ଶ୍ରୀ ଦେବୀ ଆନନ୍ଦ ମିଳେ

ଶ୍ରୀ ଲକ୍ଷ୍ମୀ ଦୁଆର ଖୋଲିଣ

ସନ୍ତୋଷେ ସ୍ୱାଗତ କରେ ମିଠା ଖାଇଣ l


ଆହେ ପ୍ରଭୁ ଚକାଡୋଳା ଧନ୍ୟ ତୁମ ଲୀଳାଖେଳା

ମାନବୀୟ ଲୀଳା କରେ ସେ ବଂଶୀଧର

ପରଂବ୍ରହ୍ମ ନିରାକାର ସଚେତନେ ଏ ସଂସାର

ଏ ଜୀବନ ନବ ଦିନ ଯେ କ୍ଷଣିକର

 କାଳିଆ ନାମକୁ ଜପିଣ 

ମଣିଷ ଜନମ ହେବ ସାର୍ଥକ ଜାଣ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics