ନେପଥ୍ଯ ନାୟକ
ନେପଥ୍ଯ ନାୟକ
ସଙ୍ଗୀତର କାବ୍ଯ ଯାହାର ସୃଷ୍ଟି
ସଂଳାପର ପ୍ରତିଟି ଶବ୍ଦ ଯାହାର କୃତି
ଅଟେ ସିଏ ନେପଥ୍ୟ ନାୟକ
ପର୍ଦ୍ଦା ଅନ୍ତରାଳରେ ରହି କରିଯାଏ
ଚିରକାଳ ଅଭିନୟ।
ତାକୁ କେହି କେବେ
ଦେଖିବାର କରିନି ଚେଷ୍ଟା
ହେଲେ ସେ ସଦା ସୃଷ୍ଟି
କରୁଥାଏ ଅସଂଖ୍ୟ କାବ୍ୟ କବିତା
କେତୋଟି ଶବ୍ଦର ସମାହାର
ମାତ୍ର ତ ନୁହଁଇ କବିତା
ଅଟେ ଭାବନା ଚିନ୍ତନ
କଳ୍ପନାର ଜୀବନ ସରିତା।
ସେହି ଅମୃତର ସୃଷ୍ଟି କର୍ତ୍ତା
ନେପଥ୍ୟର ଅଦ୍ବିତୀୟ ଅଭିନେତା
ଶେଫାଳି ପରି ଦୂର କାନନରେ
ଫୁଟି ଝରିଯାଏ ଗୋପନରେ
ଯାହା ଖାଲି କିଛି ପଦଚିହ୍ନ
ଛାଡିଯାଏ ଏଇ ଦୁନିଆରେ।
ତାକୁ କେହି ଚିହ୍ନନ୍ତି ନାହିଁ
କି ଚିହ୍ନିବି ପାରନ୍ତି ନାହିଁ
ସେ ବି କାହାରିକୁ ଆପଣାର
ସ୍ବକୀୟ ପରିଚୟ ଦିଏ ନାହିଁ
ସେ ତ ଅନନ୍ତ ଆକାଶର
ମୁକ୍ତ ବିହଙ୍ଗ
ସଭିଙ୍କ ଅଲକ୍ଷରେ ସେ
ନେପଥ୍ୟର ମହାନାୟକ।
