STORYMIRROR

Sambit Srikumar

Classics Inspirational

3  

Sambit Srikumar

Classics Inspirational

ନେପଥ୍ଯ ନାୟକ

ନେପଥ୍ଯ ନାୟକ

1 min
165


ସଙ୍ଗୀତର କାବ୍ଯ ଯାହାର ସୃଷ୍ଟି

ସଂଳାପର ପ୍ରତିଟି ଶବ୍ଦ ଯାହାର କୃତି

ଅଟେ ସିଏ ନେପଥ୍ୟ ନାୟକ

ପର୍ଦ୍ଦା ଅନ୍ତରାଳରେ ରହି କରିଯାଏ

ଚିରକାଳ ଅଭିନୟ।

ତାକୁ କେହି କେବେ

ଦେଖିବାର କରିନି ଚେଷ୍ଟା

ହେଲେ ସେ ସଦା ସୃଷ୍ଟି

କରୁଥାଏ ଅସଂଖ୍ୟ କାବ୍ୟ କବିତା

କେତୋଟି ଶବ୍ଦର ସମାହାର

ମାତ୍ର ତ ନୁହଁଇ କବିତା

ଅଟେ ଭାବନା ଚିନ୍ତନ

କଳ୍ପନାର ଜୀବନ ସରିତା।

ସେହି ଅମୃତର ସୃଷ୍ଟି କର୍ତ୍ତା

ନେପଥ୍ୟର ଅଦ୍ବିତୀୟ ଅଭିନେତା

ଶେଫାଳି ପରି ଦୂର କାନନରେ

ଫୁଟି ଝରିଯାଏ ଗୋପନରେ

ଯାହା ଖାଲି କିଛି ପଦଚିହ୍ନ

ଛାଡିଯାଏ ଏଇ ଦୁନିଆରେ।

ତାକୁ କେହି ଚିହ୍ନନ୍ତି ନାହିଁ

କି ଚିହ୍ନିବି ପାରନ୍ତି ନାହିଁ

ସେ ବି କାହାରିକୁ ଆପଣାର

ସ୍ବକୀୟ ପରିଚୟ ଦିଏ ନାହିଁ

ସେ ତ ଅନନ୍ତ ଆକାଶର

ମୁକ୍ତ ବିହଙ୍ଗ

ସଭିଙ୍କ ଅଲକ୍ଷରେ ସେ

ନେପଥ୍ୟର ମହାନାୟକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics