ଶୀତ ଆସିଛି
ଶୀତ ଆସିଛି
ଶୀତ ଆସିଛି
ଚାରିଆଡେ଼ ଦେଖ ଛାଇଯାଇଛି
ଶୀତର ଶୀତଳ, ସ୍ନିଗ, ପରଶ ।
ଗୋଲାପରେ, ଗାଲିଚାରେ
ଗଛରେ ଗଛରେ, ପତ୍ରରେ ପତ୍ରରେ
ଯେମିତିକି କିଏ ଆସି ବିଛାଇ ଦେଇଛି
ବିନ୍ଦୁ ବିନ୍ଦୁ ମୁକ୍ତାର ଗାଲିଚା ।
ଚାରିଆଡେ଼ ଧୂଆଁଳିଆ, ଦେଖାଯାଉନି ରାସ୍ତା
କି ଦେଖା ଯାଉନି ମୁହଁ କୁ ମୁହଁ ସକାଳୁ
ତଥାପି, ରାମ ସାହୁର ଚାହା ଷ୍ଟଲରେ
ଜମିଥାଏ ଭିଡ଼ ବଡ଼ି ସକାଳରୁ ।
ସମସ୍ତେ ଓଡ଼ିଥାନ୍ତି ସ୍ପେଟର, ମଫୁଲର
ଜ୍ୟାକେଟ, ଯେତକ ଗରମ ପୋଷାକ
ଆଉ ପ୍ରତୀକ୍ଷା କରିଥାନ୍ତି,
ସକାଳର ସୂର୍ଯ୍ୟଦୋୟର
ସୁକୋମଳ ଉଷୁମ ସ୍ପର୍ଶ ।
ଶୀତ ସକାଳର ସ୍ପର୍ଶ
ମୁଗ୍ଧ ଏକ ଶୀହରଣ
ମନରେ ଆଣେ କମ୍ପନ,
ହୃଦୟରେ ଇଚ୍ଛାଟିଏ ଜାଗେ
ଅନୁଭବିବାକୁ କାହାର ଉଷ୍ମ ଆଲିଙ୍ଗନ ।
