STORYMIRROR

Dr Baman Chandra Dixit

Classics Others

3  

Dr Baman Chandra Dixit

Classics Others

ଅକୁହା ଆଳାପ

ଅକୁହା ଆଳାପ

1 min
196

ଅତି ଆପଣାର ଯିଏ....ତାକୁ

କହି ହୁଏନାହିଁ ସବୁବେଳେ ସବୁ କଥା

କହୁ କହୁ କିଛି ରହିଯାଏ କିଛି

ପିଇଯାଏ ନୀରବତା।


ଅଳପ ଅଳପ ଅଟକା ବିଳାପ

ମେଳା ମେଳା ଛାଇ ଆଲୁଅ ଆଳାପ

ଗୁମୁରି ଗୁମୁରି ବାହୁନେ ବେଦନା

ଅକୁହା ତଥାପି....ମନର କଥା।


ହଜିଗଲା ପରେ ଆଖିତଳୁ ନିଦ

ସକାଳ ଆଲୁଅ ଭାଗାରୀ ସାଜେ

ନିଜ ମୁଣ୍ଡ ତଳେ ନିଜ ହାତ ରଖି

ଶୋଇଥିଲି ବୋଲି ଲାଗୁଛି ବଥା ।


ଚହଲା ପାଣିରେ ଛାଇ ଦେଖୁ ଦେଖୁ

ଝାପସା ଦିଶୁଛି ନିଜର ମୁହଁ

ପରିଚୟ ଖୋଜେ ଆଉଜା କବାଟ

ଚିହ୍ନା ଆଖି ଢଙ୍କା ଅଚିହ୍ନା ପତା ।


ପାଦ ବଢିଯାଏ ଆଗକୁ ଆଗକୁ

ଓଲଟ ଦିଶାରେ ଦଉଡ଼େ ବାଟ

କାମୁଡ଼ିଛୁ ନିଜ ଜିଭକୁ ଯେମିତି

ନିଜ ରକତକୁ ନିଜେ ପିଉଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics