STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଆତ୍ମନେପଦୀ

ଆତ୍ମନେପଦୀ

1 min
134


ଜୀଇଁବାକୁ ଚାହେଁ ନାହିଁ ମୁହିଁ ଶତ ସହସ୍ର ବରଷ

ବୋହିବାକୁ ଚାହେଁ ନାହିଁ ବାର୍ଦ୍ଧକ୍ଯେ ବାନପ୍ରସ୍ଥ ବୋଝ

କର୍ମ ଯୋଗୀ ମୁହିଁ କର୍ମେ ମୋହର ଗତି ମୁକ୍ତି ମୋକ୍ଷ

ସଂକ୍ଷିପ୍ତ ଜୀବନେ ରଚିଯିବି ନୂଆ କୀର୍ତ୍ତି ନୂଆ ଇତିହାସ।


ଆଜି ବି ହୃଦୟ ମୋହର ଚପଳମତି ଶିଶୁ ଅଟଇ

କଥା କଥାକେ ପ୍ରୀୟଜନ ପାଶରେ ଅଳି ତ କରଇ

ବହି ନାହିଁ କେବେ ହୃଦେ ରାଗ ରୋଷ ହିଂସା ଦ୍ବେଷ

ଶ୍ରୀରଙ୍ଗାଚରଣ ତଳେ ମୋ ଅଟଳ ଅଖଣ୍ଡ ବିଶ୍ବାସ।


ପହିଲି ଫଗୁଣର ପାବନ ତିଥିରେ ମୋହର ଧରାବତରଣ

କରିଯିବି ଏଇ ଧରାଧାମେ ସବୁରି ପ୍ରାଣେ ପ୍ରୀତି ସଂଚାରଣ

ବୃଥା ବଡ଼ପଣ ଆଡ଼ମ୍ବର ପ୍ରଦର୍ଶନ କିବା ପ୍ରୟୋଜନ?

ନିରୁତା ବିଶୁଦ୍ଧ ହୃଦୟ ବିତରଣ ମୋ ଜୀବନ ଦର୍ଶନ।


ଏଇ ମୋର ଆତ୍ମଲିପି ହୃଦୟ ନିଃସୃତ ଭାବୋଛ୍ବାସ

ଯେଉଁଥିରେ ନାହିଁ ଲେଶମାତ୍ର ସନ୍ଦେହର ଅବକାଶ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract