ଚକିତ କରେ ଚକାନୟନ
ଚକିତ କରେ ଚକାନୟନ
ଚନ୍ଦନ ଚର୍ଚ୍ଚିତ ଚେହେରାକୁ ନେଇ
ଚତୁରେ ଚକା ପକାଇ
ଚକିତ କରୁଛ ଚକା ନୟନ ହୋ
ଚରଣ ତବ ଲୁଚାଇ ।
ଚକା ଚକା ଆଖି ଚାରୁ ରୂପ ଦେଖି
ଚର୍ମ ଚକ୍ଷୁ ଦୁଇ ଫେଇ
ଚରଣାମୃତକୁ ଚିତ୍ତ ହାରା ହୋଇ
ଚାହିଁଛି ଆଶ ଲଗାଇ
ଚିନ୍ତି ଚିନ୍ତି ଚିତ୍ତେ ଚରମ ଆତୁର
ଚାତକ ପରିକା ମୁହିଁ ।
ଚାରି ଆଡେ ଭକ୍ତ ଚହଳ ପକାଏ
ଛଳ ତାର ମନେ ନହିଁ
ଚାଖିବ ଅଭଡ଼ା ଚକାକୁ ପକାଇ
ଛଳିଆ ପ୍ରଭୁଙ୍କୁ ଧ୍ୟାୟୀ
ଚଳିବ ବୈକୁଣ୍ଠ ଚକା ଆଖି ଦେଖି
ଚଳୁଏ ତ ଚିନ୍ତା ନହିଁ ।
