STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଛ' ଋତୁ ବାର ମାସ

ଛ' ଋତୁ ବାର ମାସ

1 min
152

 ବଇଶାଖ ମାସ ଖରା ଛଟପଟ

      ଜ୍ୟେଷ୍ଠେ ଧଅ ଗଛ ଗଜା

  ଆଇ ବିଞ୍ଚୁଥାଏ ବାଉଁଶ ବିଞ୍ଚଣା

      ଅଜା ଖାଉଥାଏ ଖଜା।

  ଆଷାଢ଼ ରେ ମେଘ ଟୁପୁରୁ ଟୁପୁରୁ

      କେଶୁର ମାରଇ ଗଜା

  ଶିରାବଣ ମାସେ ଆକାଶ କାନ୍ଦଇ 

      ତେଲେଙ୍ଗା ବାଇଦ ବଜା।

  ଭୂଦ ମାସେ ଚଷା ବେଉଷଣେ ବ୍ୟସ୍ତ

      ଅଶିଣେ ହସଇ ଜହ୍ନ 

  କାର୍ତ୍ତିକ ପୁନେଇ ବାଲି ଦ୍ଵିପ ଯାତ୍ରା

      ମଗୁଶୁରେ କ୍ଷେତ ପୂର୍ଣ୍ଣ।

  ପୁଷ ମାସେ ମଣ୍ଡା କାକରା ଖାଇବୁ

      ମାଘ ମାସ ବାଘ ଜାଡ଼

  ଫଗୁଣେ ଠାକୁର ଅବିର ଖେଳନ୍ତି

      ଚଇତରେ ମଲ୍ଲି କଢ଼।

  ଛଅ ଋତୁ ଲେଖା ବହିରେ ରହିଛି

      ତିନି ଋତୁ ଗଲା ହରି 

  ଅବିବେକୀ ନର ନିଜ କର୍ମ ପାଇଁ

      ପ୍ରକୃତି ହେଲା ବଇରୀ।

  ଗ୍ରୀଷ୍ମ ବର୍ଷା ଋତୁ ଅଛି ଏ ଜଗତେ

      ଶରତେ ଆକାଶ ତୋଫା

  ହେମନ୍ତ କେମନ୍ତ ଲୋକେ ଭୁଲିଲେଣି 

      ମନରୁ ହେଲାଣି ସଫା।

  ଶୀତ ଋତୁ ଟିକେ ଡରେଇ ରଖିଛି

      ଦେହ ମାରି ଯାଏ କୋଲ 

  ବସନ୍ତର ମୃଦୁ ମଳୟ ହଜିଲା

      ଭଅଁର ଖୋଜୁନି ଫୁଲ।

  ପ୍ରକୃତି କୋଳରେ ସମୟ ହାରୁଛି 

      ବର୍ଷ ମାସ ଦିନ ଦଣ୍ଡ

  ପ୍ରକୃତି ସହିତ ଶତ୍ରୁ ଆଚରଣେ 

      ଋତୁ ବିଷମତା ଦଣ୍ଡ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract