STORYMIRROR

Bidyadhar Mantry

Classics Others

4  

Bidyadhar Mantry

Classics Others

ଯେବେ ବର୍ଷାର ସୂଚନା ମିଳେ

ଯେବେ ବର୍ଷାର ସୂଚନା ମିଳେ

1 min
16


କଳା ହାଣ୍ଡିଆ ମେଘ ଦେହେ ବିଜୁଳି

ଦେଖୁ ଦେଖୁ ଜୀବ ଗଣ

କିଏ ନାଚ କରେ କିଏ ଗୀତ ଗାଏ 

କା ପାଇଁ ଦୁଃଖ କାରଣ


ଚଷା ଭାଇ ଖୁସି ପ୍ରେମିକା ଉଚ୍ଛନ୍ନ

ବାଟୋଇ ଦ୍ୱିଧା ମନରେ

ଗରିବ ବିଚରା କୁଡ଼ିଆରେ ରହି

ଅନିଶ୍ଚିତତା ଭିତରେ


ଚାତକ ଉଡୁଛି ମେଘୁଆ ଆକାଶେ

ଆଶା ଭରସା ସହିତ

ତୃଷା ନିବାରଣ ବର୍ଷା ବୁନ୍ଦା ଧାରେ

ମନେ ଖୁସି ଅପ୍ରମିତ


ସୁର ତାଳ ଲୟ ବିନା ନାଚେ ମୟୁର

କେବଳ ମେଘକୁ ଦେଖି

ବର୍ଷା ଭିଜା ଅଙ୍ଗେ କେତେ ନାଚୁ ଥିବ

କିଏ ବା ଅଛି ପରଖି


ଶୁଷ୍କ ତରୁ ତୃଣ ବିକଳ ପରାଣେ

ବର୍ଷାର ପରଶ ଚାହିଁ

ନିଦାଘ ଜ୍ୱାଳା ରୁ ମୁକ୍ତି ଆଶା ରଖି

ଜୀବ ଜଗତ ଆଶାୟୀ 


ରାସ୍ତା କଡେ ଅବା ଗଛ ମୂଳେ ରହି

ଭିକାରି ମନରେ ଭୟ

ବର୍ଷା ବୁନ୍ଦା ଧାରେ ଭିଜିବ ଏ ମାଟି

କେଉଁଠି ନେବ ଆଶ୍ରୟ


ପ୍ରେମୀ ଯୁଗଳଙ୍କ ମନ ଆଉ ପ୍ରାଣ

ମିଳନ ପାଇଁ ଅଥୟ

ପ୍ରେମିକା ଶରୀର ଭିଜି ଗଲେ ଥରେ

ପ୍ରେମିକ ର ତାଳ ଲୟ 


ଘର ପାଖା ପାଖି ପାଣି ଧାର ଯିବ 

ପିଲାଙ୍କ କୌତୁକ ଭାରି 

ଚାହିଁ ରହିଛନ୍ତି ମେଘୁଆ ଆକାଶ

କାଗଜ ଡଙ୍ଗା କୁ ଧରି


ମେଘ ଓ ବରଷା ଆଗମନ ଦେଖି

ସାହିତ୍ୟ ଚାଷ ପ୍ରସ୍ତୁତି

କବିତା କାହାଣୀ ଉଛୁଳି ଉଠିବ 

ଲାଭ ଅବା ନାହିଁ କ୍ଷତି


ଯେବେ ବା ବର୍ଷାର ସୂଚନା ମିଳୁଛି

ଚଳ ଚଞ୍ଚଳ ସବୁଠି

ସୁଯୋଗ ବି ଆପେ ଆପେ ହୁଏ ସୃଷ୍ଟି

ସଭିଏଁ ଘରେ ଏକାଠି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics