STORYMIRROR

Bidyadhar Mantry

Classics Others

4  

Bidyadhar Mantry

Classics Others

ଯେବେ ବର୍ଷାର ସୂଚନା ମିଳେ

ଯେବେ ବର୍ଷାର ସୂଚନା ମିଳେ

1 min
9


କଳା ହାଣ୍ଡିଆ ମେଘ ଦେହେ ବିଜୁଳି

ଦେଖୁ ଦେଖୁ ଜୀବ ଗଣ

କିଏ ନାଚ କରେ କିଏ ଗୀତ ଗାଏ 

କା ପାଇଁ ଦୁଃଖ କାରଣ


ଚଷା ଭାଇ ଖୁସି ପ୍ରେମିକା ଉଚ୍ଛନ୍ନ

ବାଟୋଇ ଦ୍ୱିଧା ମନରେ

ଗରିବ ବିଚରା କୁଡ଼ିଆରେ ରହି

ଅନିଶ୍ଚିତତା ଭିତରେ


ଚାତକ ଉଡୁଛି ମେଘୁଆ ଆକାଶେ

ଆଶା ଭରସା ସହିତ

ତୃଷା ନିବାରଣ ବର୍ଷା ବୁନ୍ଦା ଧାରେ

ମନେ ଖୁସି ଅପ୍ରମିତ


ସୁର ତାଳ ଲୟ ବିନା ନାଚେ ମୟୁର

କେବଳ ମେଘକୁ ଦେଖି

ବର୍ଷା ଭିଜା ଅଙ୍ଗେ କେତେ ନାଚୁ ଥିବ

କିଏ ବା ଅଛି ପରଖି


ଶୁଷ୍କ ତରୁ ତୃଣ ବିକଳ ପରାଣେ

ବର୍ଷାର ପରଶ ଚାହିଁ

ନିଦାଘ ଜ୍ୱାଳା ରୁ ମୁକ୍ତି ଆଶା ରଖି

ଜୀବ ଜଗତ ଆଶାୟୀ 


ରାସ୍ତା କଡେ ଅବା ଗଛ ମୂଳେ ରହି

ଭିକାରି ମନରେ ଭୟ

ବର୍ଷା ବୁନ୍ଦା ଧାରେ ଭିଜିବ ଏ ମାଟି

କେଉଁଠି ନେବ ଆଶ୍ରୟ


ପ୍ରେମୀ ଯୁଗଳଙ୍କ ମନ ଆଉ ପ୍ରାଣ

ମିଳନ ପାଇଁ ଅଥୟ

ପ୍ରେମିକା ଶରୀର ଭିଜି ଗଲେ ଥରେ

ପ୍ରେମିକ ର ତାଳ ଲୟ 


ଘର ପାଖା ପାଖି ପାଣି ଧାର ଯିବ 

ପିଲାଙ୍କ କୌତୁକ ଭାରି 

ଚାହିଁ ରହିଛନ୍ତି ମେଘୁଆ ଆକାଶ

କାଗଜ ଡଙ୍ଗା କୁ ଧରି


ମେଘ ଓ ବରଷା ଆଗମନ ଦେଖି

ସାହିତ୍ୟ ଚାଷ ପ୍ରସ୍ତୁତି

କବିତା କାହାଣୀ ଉଛୁଳି ଉଠିବ 

ଲାଭ ଅବା ନାହିଁ କ୍ଷତି


ଯେବେ ବା ବର୍ଷାର ସୂଚନା ମିଳୁଛି

ଚଳ ଚଞ୍ଚଳ ସବୁଠି

ସୁଯୋଗ ବି ଆପେ ଆପେ ହୁଏ ସୃଷ୍ଟି

ସଭିଏଁ ଘରେ ଏକାଠି ।।


Rate this content
Log in

Similar oriya poem from Classics