STORYMIRROR

Pratima Satpathy

Classics

4  

Pratima Satpathy

Classics

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

1 min
17


ନୀଳ ଆକାଶର ବାଦଲ ଫାଙ୍କରେ 

    ବିଜୁଳି ଚମକି ଗଲେ 

ବରଷା ରାଣୀ ତା ଭିଜା ଓଢ଼ଣିରେ 

    ରିମ୍ ଝିମ୍ ତାନରେ ଚାଲେ।

ଆକାଶର ବୁକୁ ଚିରି ମେଘ ମାଳା 

    ପୃଥିବୀରେ ପଡେ ଯେବେ 

ପ୍ରଚଣ୍ଡ ନିଦାଘ ରୌଦ୍ରତାପ ଭୁଲି 

     ଆତ୍ମା ତୃପ୍ତି ହୁଏ ତେବେ।

ଜଳି ଯାଉଥିଲା ଶରୀର ତାହାର 

     ଗମ୍ ଗମ୍ ଝାଳ ବହି 

ଦିନ କି ରାତିରେ ଟିକିଏ ଶାନ୍ତିରେ 

     ପାରୁ ନ ଥିଲା ସେ ଶୋଇ।

ଟପ୍ ଟପ୍ ପଡ଼ି ବରଷା ର ପାଣି 

     ଦେଉଛି ତାକୁ ଆରାମ 

ଶୁଷ୍କ ତରୁ ତାର ପଲ୍ଲବିତ ହେବ 

    ପୁର୍ଣ୍ଣ ହେବ ମନସ୍କାମ।

ଗଛ ତଳେ ବସି ଭିକାରୀ ବୁଢ଼ା ଟି 

    ବସି ଚିନ୍ତା କରୁଅଛି 

ଆଜି ରାତିରେ ସେ କେଉଁଠି ଶୋଇବ 

    ଘରେ ବର୍ଷା ହେଉ ଅଛି।

ଛିଣ୍ଡା ମସିଣା ତା ବର୍ଷା ପାଣି ପଡି 

    ପୁରା ତିନ୍ତି ଯାଇଥିବ 

ଘର ଛାଉଣୀ ସେ କରି ପାରୁ ନାହିଁ 

     କିଏ ତା ଦୁଃଖ ବୁଝିବ।

ଚାତକ ପକ୍ଷୀଟି ଅତ୍ୟନ୍ତ ଆନନ୍ଦ 

    ବର୍ଷାରେ ପାଣି ପିଇବ 

ଝିପି ଝିପି ବର୍ଷା ହେଉ ଅଛି ଯେଣୁ 

    ସେଥିରେ ସେ ଗାଧୋଇବ।

କଳା ମେଘ ଦେଖି ନାଚୁଅଛି କେକୀ 

    ପୁଚ୍ଛକୁ ମେଲାଇ ତାର 

ଅପୁର୍ବ ସୁନ୍ଦର ସପ୍ତ ରଙ୍ଗ ତାର 

    ମନ କିଣେ ଦର୍ଶକର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics