STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ପ୍ରାୟ ଲୁପ୍ତ ଯୌଥ ପରିବାର

ପ୍ରାୟ ଲୁପ୍ତ ଯୌଥ ପରିବାର

1 min
16


ଘଣ୍ଟି ଓ ପ୍ରତିମୂର୍ତ୍ତି ବିନା ମନ୍ଦିର 

ପ୍ରାୟ ପ୍ରତି ପରିବାର

ଦେବତାଙ୍କ ଆସନରେ ବୟୋଜ୍ୟେଷ୍ଠ

ସତେ ଅବା ଅବତାର

ପୁଅ-ଝିଅଙ୍କର ପୂଜା ଆରାଧନା 

ବୋହୁ ଦେବଦାସୀ ଧାରେ

ପହଡ଼ ଭୋଗ ଆକାରେ ଖାଦ୍ୟ ଲାଗେ

ବୃଦ୍ଧ ମାନଙ୍କ ଥାଳିରେ

ମନ୍ଦିରର ଦାୟିତ୍ଵ ସହ ସୁରକ୍ଷା 

ଯେପରି ଗୁରୁତ୍ବ ପୂର୍ଣ୍ଣ

ପରିବାରରେ ସୁସମ୍ପର୍କ ବଜାୟ

ମନ୍ଦିର ଠାରୁ କଠିନ

ଅଯାଚିତ ସ୍ନେହ ମମତା ମନ୍ଦିର

ସେହି ଘର ପରିବାର

ସନ୍ତାନ ସୁଖରେ ଜନନୀ ସର୍ବଦା

ଥାଏ ପ୍ରାଣେ ଉଜାଗର

ଅନୁଶାସନ ର ପ୍ରଣେତା ହିଁ ବାପା

ପାଟି ମାଡ ଗାଳି ଧାରେ

ଅବାଧ୍ୟ ରୁ ବାଧ୍ୟ ହେବା ପାଇଁ ଶିକ୍ଷା 

ପ୍ରାପ୍ତି ସେହି ପରିବାରେ 

ସଂସ୍କୃତି ସଂସ୍କାର ପରମ୍ପରା ପ୍ରାୟ

ଥିଲା ଯୌଥ ପରିବାରେ

ଗୁରୁଜନ ପ୍ରତି ଭୟ ଆଉ ଭକ୍ତି

ଥିଲା ସବୁରି ହୃଦରେ

ହୃଦୟରେ ସ୍ବାର୍ଥପର ମନୋଭାବ

ଆଦୌ ନ ଥିଲା ଜାଗ୍ରତ

ପରଷ୍ପର ପ୍ରତି ଆନ୍ତରିକ ଭାବ

ହୃଦୟେ ଥିଲା ଜଡ଼ିତ


ଏକାର୍ଣ୍ଣବର୍ତ୍ତି ର ଚିନ୍ତା ଓ ଚେତନା

କ୍ରମେ ବ୍ୟାପି ସମାଜରେ

ପରିବାର ମଧ୍ୟେ ସମ୍ପର୍କରେ ଫାଟ

ପୁଣି ଭାଇଙ୍କ ମଧ୍ୟରେ

ବାହା ହେବା ପରେ ପୁଅ ଭୁଲି ଯାଏ

ଜନ୍ମ ଦେଲା ବାପା ମାଆ 

ନିଜ ପରିବାର ସମ୍ପର୍କ କୁ ଭୁଲି

ଶାଶୁ ହେଉଅଛି ମାଆ 

ରୋଗ ପରି ବ୍ୟାପି ଗ୍ରାସ କରି ଅଛି

ଘର ଆଉ ପରିବାର

ସଂଯୁକ୍ତ ରୂପରେ ଥିବା ପରିବାର

ହରାଇଛି ସତ୍ତା ତା'ର

ହଜି ଯାଇଅଛି ଯୌଥ ପରିବାର

ବିଭାଜନ ହୋଇ ଘର

ସ୍ମୃତି ହୋଇ ମାତ୍ର ରହୁଛି ହୃଦୟେ

ନିଜ ବାପା-ମାଆଙ୍କର 

ଯେତେ ଭାଇ ସେତେ ଘର ହେଉଅଛି

ନାହିଁ ସ୍ନେହ ପ୍ରେମ ପ୍ରୀତି

ଲୋକ ଦେଖାଣିଆ ପରିବାର ପ୍ରେମ

ଚାଲୁ ରହିଛି ସମ୍ପ୍ରତି


ଶିକ୍ଷିତ ସମ୍ଭ୍ରାନ୍ତ ପରିବାର ମଧ୍ୟେ

ଅଲୋଡ଼ା ବୃଦ୍ଧ ପଣିଆ

ବୃଦ୍ଧାଶ୍ରମେ ଛାଡ଼ି ବୃଦ୍ଧ ପିତାମାତା

ନିଜକୁ ନିଜେ ବଢ଼ିଆ

ଆଜିର ପିଲାଏ ଭୁଲି ଯାଉଛନ୍ତି

ନିଜ ଜେଜେ ବାପାମାଆ 

ସଂସ୍କାର ଅଭାବେ ପ୍ରଣାମ ମୁଣ୍ଡିଆ

ପ୍ରାୟତଃ ଲାଗେ ଅଡ଼ୁଆ

ଯୌଥ ପରିବାର ରହୁ ସମାଜରେ

ସମ୍ପର୍କର ସେ' ମନ୍ଦିର

ପ୍ରତିମୂର୍ତ୍ତି ଘଣ୍ଟି ଥାଉ କି ନ ଥାଉ

ପରିବାର ହିଁ ମନ୍ଦିର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics