STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ନୀଳଚକ୍ରେ ବସିଲା ଚିଲ

ନୀଳଚକ୍ରେ ବସିଲା ଚିଲ

2 mins
324



ନୀଳ ଚକ୍ରେ ଚିଲ ବସିଲା ମାଡି ଆସୁଛି କାଳ

ପ୍ରଳୟ ସମୟ ଆସିଲା ମନ୍ଦ ହେଉଛି ବେଳ।

କଳିକାଳ ଶେଷ ହେଇବ ପଡୁଅଛି ଚହଳ

ପୂରୁବ ଦିଗରୁ ଉଇଁବ ସତେ ନୂଆ ସକାଳ ।


ପ୍ରକୃତି ରଚିବ ତାଣ୍ଡବ ହାହାକାର ପଡ଼ିବ 

ଦୁର୍ଘଟଣା ନିତି ଘଟିବ କେତେ ପରାଣ ଯିବ।

ଉଜାଣି ବହିବ ସତେକି ଆହା ରକତ ନଈ

ଉଦ୍ଧାର ପାଇଁକି ହାତକି କାତ ପାଇବ ନାହିଁ।


ଆଷାଢ଼ ମାସରେ ହୋଇବ ଧାନ ଗଜା ମରୁଡ଼ି

ଶ୍ରାବଣରେ କ୍ଷେତ ପଡିଆ ଚାଷ ଯିବ ଉଜୁଡି ।

ନୀଳ ଆକାଶ ରୁ ନିଇତି ନିଆଁ ବରଷା ହେବ

ମଉଷୁମୀ ସିନା ଆସିବ ମେଘ ଉଭେଇ ଯିବ।


ଅଦିନରେ ମେଘ ଘୋଟିବ ଘୋର ବରଷା ହେବ

ସୁନା କ୍ଷେତ କୁ ତ ବରଷା ପାଣି ଉଜାଡି ଦେବ।

କ୍ଷେତ ରେ ତ ପଚି ଯିବରେ ପଡି ପାଚିଲା ଧାନ

ଚାଷୀ ମାନେ ସବୁ ହତାଶ ହେବେ ସେ ହୀନିମାନ।


ଝଡ ତୋଫାନ ତ ହୋଇବ ବାତ୍ୟା ପବନ ବହି

ଧ୍ବଂସର ତାଣ୍ଡବ ରଚିବ ନେବ ସବୁ ଉଡ଼ାଇ।

ଦାନା କନା କିଛି ନଥିବ ଘୋଟିଯିବ ଅନ୍ଧାର

ମିଳିବନି ଖୁଦ କଣାଏ ଜଳ ହେବ ଜହର।


ସମୁଦ୍ର ଆସିବ ମାଡିରେ କରି ଗୁରୁ ଗର୍ଜନ 

ରଡିରେ ତାହାର ଉଛ୍ଛନ ହେବ ଜନ ଜୀବନ।

ଗାଁ ହେଉ ଅବା ସହର ସବୁ ଯିବରେ ଧୋଇ

ଛାରଖାର ସବୁ ହୋଇବ ଦୁଃଖ ଯାତନା ଦେଇ।


ସାତ ସାଗରର ମୁହଁ ରେ କେତେ ଜୀବନ ଯିବ

ପୋକ ମାଛି ପରି ମରିବେ ଶବ ଗଣିନହେଵ।

ଭରସା ହେବାକୁ କାହାକୁ ପାଖେ ନଥିବେ କେହି

ଭୟରେ କାତର ଜୀବନ ମୃତ୍ୟୁ ପାଖରେ ରହି ।


କେତେଯେ ଅଚିହ୍ନା ବେମାରୀ ସଙ୍କ୍ରମ

ିତ ହୋଇବେ

ମହାମାରୀ ପରି ରୋଗଯେ ଚାରିଆଡେ ବ୍ୟାପିବେ ।

ଔଷଧ ନଥିବ ରୋଗକୁ କରିବାକୁ ଯେ ଭଲ

ଅସହ୍ୟ ଯନ୍ତ୍ରଣା ରୋଗୀ ଯେ ହେବେ ସେ କଲବଲ।


ଛୁଇଁ ଲେ ଛନକା ପସିବ ଦୂରୁ ଡର ଲାଗିବ

ଆଖି ଆଗରେ ତ ଅକାଳେ କେତେ ପରାଣ ଯିବ ।

ପ୍ରକୃତି ପାଖରେ ବିଜ୍ଞାନ ଯିବ ସହଜେ ହାରି

ଜ୍ଞାନ ଦୁନିଆକୁ ଅନ୍ଧାର ସତେ ଯିବରେ ଘେରି।


ଆପଣା ଲୋକଙ୍କ ଭିତରେ ନିତି କନ୍ଦଳ ହେବ

ବେଳ ଦେଖି ଅଣ୍ଟି ଛୁରୀ ତ ନିଜ ତଣ୍ଟି କାଟିବ।

ପିଲାଏ ବୁଝିବେନାହିଁତ ବାପା ମାଆଙ୍କ କଥା

ତାଙ୍କରି ଜୀବନ ଯନ୍ତ୍ରଣା ତାଙ୍କ ମରମ ବ୍ୟଥା।


 ଦିବ୍ୟ ଦ୍ରଷ୍ଟା ହାଡି ଦାସଯେ ଦାସ ଅଚ୍ୟୁତାନନ୍ଦ

ଲେଖିଲେ ମାଳିକା ସାଧୁ ଏ ଜପି ଗୁରୁ ଗୋବିନ୍ଦ ।

ଜ୍ଞାନ ଦୃଷ୍ଟି ବଳେ ସେମାନେ ଯାହା ଦେଖୁତ ଥିଲେ

ମାଳିକା ରେ ସେହି କଥାକୁ ଗୀତେ ବର୍ଣ୍ଣନା କଲେ ।


ମାଳିକା ରେ ଲେଖା ହୋଇଛି ଯେଉଁ ଭବିଷ୍ୟ ବାଣୀ

ଗୋଟିଗୋଟି କରି ହେଉଛି ସତ ଦେଖ ଏକ୍ଷଣି।

ପାପ ଭାର ଦିନୁଦିନତ ଏବେ ହେଉଛି ଭାରି 

କଳିକାଳ କାଳ ବିସମ ସେତ ଆସୁଛି ସରି ।


ନୀଳଚକ୍ରେ ଚିଲ ବସିଛି ମନ୍ଦ ବେଳ ଆସୁଛି

ଅଥୟ ହୋଇବ ଜୀବନ ଜଳଜଳ ଦିଶୁଛି।

ଅସାଧୁ ଭୋଗିବେ କଷଣ ସାଧୁ ହୋଇବେ ପାରି

ମ୍ଳେଛ ସଂହାରିବେ ଠାକୁର କଳ୍କୀ ରୂପଯେ ଧରି ।


ଏବେଳେ ଭରସା ଗୋବିନ୍ଦ ସେତ ଜଗତସାଇଁ 

ଘୋର ବିପଦରୁ ଉଦ୍ଧାର ଏକା କରିବେ ସେହି।

ତାଙ୍କ ପାଦେ ଦେଇ ଧିଆନ ତାଙ୍କୁ ଜପୁଥା ମନ

ଘୋର କଳିକାଳେ କାଳିଆ ଏକା ଭରସା ଜାଣ ।



Rate this content
Log in

Similar oriya poem from Classics