( ରାଗ.... କଳହଂସ କେଦାର )
ଜନକ ନନ୍ଦିନୀ ସେ" ମିଥିଳା ପୁରେ
ଅଯୋନୀ ସମ୍ଭୁତା ସେ" ସୀତା ନାମରେ
ଅତି ସ୍ନେହ ଶ୍ରଦ୍ଧାରେ" ପିତା ଗୃହରେ
ବିତିଥିଲା ଶୈଶବ '' ହସ ଖୁସିରେ
ବିବାହ ଯୋଗ୍ୟା କ୍ରମେ" ଯୌବନ ଧାରେ
ସ୍ଵୟମ୍ବର ଅବଶ୍ୟ " ହେଲା ଅଚିରେ
ଶିବ ଧନୁ ଭାଙ୍ଗିବା " ସର୍ତ୍ତ ଧାରାରେ
ଶ୍ରୀରାମ ହିଁ ବିଜୟୀ" ସେ ସ୍ୱୟମ୍ବରେ
ଯଥା ରାମସ୍ୟ ସୀତା "ବିଧି ବିଧାନ
ରଘୁ କୁଳ ବଧୂ ସେ " ଶ୍ରୀରାମ ପ୍ରାଣ
ସହଜେ ଶ୍ରୀରାମ ସେ" ଜ୍ୟେଷ୍ଠ ନନ୍ଦନ
ଅଯୋଧ୍ୟା ସିଂହାସନର " ଭାବୀ ରାଜନ
ରାତି ପାହିଲା ପରେ " ରାଜା ଆସନ
ରାତି ନ ପାହୁଣୁ ବି " ବନେ ଗମନ
ପିତାଙ୍କ ଆଦେଶରେ" ସତ୍ୟ ପାଳନ
ପତି ସଙ୍ଗେ ରହିବା '' ସୀତାଙ୍କ ପଣ
ବନବାସ କାଳରେ" ସୀତା ହରଣ
ହରଣକାରୀ ଥିଲା" ଲଙ୍କ ରାଜନ
ସୀତାଙ୍କ ଅନ୍ଵେଷଣେ" ସେ ହନୁମାନ
ସୀତା ଠାବ ସହିତ" ଲଙ୍କା ଦହନ
ଯୋଜନା ପୂର୍ବକ ସେ" ସେତୁବନ୍ଧ ର
କ୍ରମେ ବାନର ସେନା " ହେଲେ ତତ୍ପର
ଲଙ୍କା ଗଡେ ପ୍ରବେଶି" ରଣ ହୁଙ୍କାର
ମୃତାହତ ହେଲେ ବି " ଅନେକ ବୀର
ଯୁଦ୍ଧ କ୍ଷେତ୍ରେ ରାବଣ "ହୋଇଲେ ହତ
ଜୟ ଶ୍ରୀରାମ ଜୟ " ଧ୍ୱନୀ ସର୍ବତ୍ର
ବିଜୟ ପର୍ବ ଥିଲା " ହର୍ଷ ସହିତ
ପ୍ରତ୍ୟାବର୍ତ୍ତନ କ୍ରମେ " ହେଲା ତ୍ୱରିତ
ଯୁଦ୍ଧ ସମାପ୍ତି ପରେ" ସୀତାଙ୍କ ମୁକ୍ତି
ପବିତ୍ରତା ଜିଜ୍ଞାସା" ସୀତାଙ୍କ ପ୍ରତି
ଅଗ୍ନି ପରୀକ୍ଷା ପାଇଁ " ରାମଙ୍କ ଯୁକ୍ତି
ପତିବ୍ରତା ନାରୀ ସେ" ଆପେ ସମ୍ମତି
ଯୁଦ୍ଧ ସମାପ୍ତି ପରେ" ସୀତାଙ୍କ ମୁକ୍ତି
ପବିତ୍ରତା ଜିଜ୍ଞାସା" ସୀତାଙ୍କ ପ୍ରତି
ଅଗ୍ନି ପରୀକ୍ଷା ପାଇଁ " ରାମଙ୍କ ଯୁକ୍ତି
ପତିବ୍ରତା ନାରୀ ସେ" ଆପେ ସମ୍ମତି
ଧୁନି ବି ପ୍ରଜ୍ବଳିତ" କଲେ ଲକ୍ଷ୍ମଣ
ଅଶ୍ରୁଳ ନୟନରେ " ସେ ହନୁମାନ
ଦେଖୁଥିଲେ ଶ୍ରୀରାମ " ନୀରବ ପ୍ରାଣ
ଅଗ୍ନିରେ ପ୍ରବେଶ ସେ " ନାରୀ ରତନ
ସତୀତ୍ୱର ଜିଜ୍ଞାସା" କ୍ରମେ ମନରେ
ଅଗ୍ନି ପରୀକ୍ଷା ଅର୍ଥେ " ନିର୍ଦ୍ଦେଶ ଧାରେ
ପତିବ୍ରତା ସୀତା ସେ " ନିଃସଙ୍କୋଚରେ
ଅଗ୍ନି ପରୀକ୍ଷା ପ୍ରତି '' ସହମତିରେ
ସୀତା ନାମ ମାତ୍ରେ ହିଁ" ଅପରାଜିତା
ଅଗ୍ନି ବି ଜଣାଇଲା " ସତୀ ସେ ସୀତା
ପତିବ୍ରତା ନାରୀ ସେ '' ଜଗତଜିତା
ସମ୍ମାନ ପୂର୍ବକ ସେ " ପୁଣି ଗ୍ରହୀତା
ଅଗ୍ନି ପରୀକ୍ଷା ଥିଲା " ସତୀତ୍ୱ ଅର୍ଥେ
ସନ୍ଦେହର ନିଆଁରେ " ପ୍ରଜାଙ୍କ ହିତେ
ରାମ ପୁରୁଷୋତ୍ତମ " ସବୁରି ହିତେ
ସୀତା ରାମ କାହାଣୀ " ସଂସ୍କାର ପଥେ