STORYMIRROR

Gautam Das

Abstract Inspirational Others

4  

Gautam Das

Abstract Inspirational Others

ଦେଶ ହାଲଚାଲ କଣ’ ଚାଲିଛି

ଦେଶ ହାଲଚାଲ କଣ’ ଚାଲିଛି

1 min
301


ଚଳମାନ ଦୂରଭାଷ ଯନ୍ତ୍ର ହାତେ

ଅଦ୍ଭୁତ ବିଜ୍ଞାନ ବେଳା ଚାଲିଛି,

ବାପା ମାଆ ଗୁରୁ ଭଗବାନ ସିନା

ଗୁଗୁଲ ଗୁରୁଂକ ଲିଳା ଚାଲିଛି ।(୧)


ଶିକ୍ଷା ରାଜନୀତି ବିଜ୍ଞାନ ଭୂଗୋଳ

ଇତିହାସ ଘମାଘୋଟ ଚାଲିଛି,

ଖୋଲି ମୁହଁ ବହି ଓ ତୁମ ନଳିକା

ଆମ ଦେଶେ ଆଜି କଣ’ ଚାଲିଛି? (୨)


ପେଟ ପିଠି ପାଇଁ ସକାଳରୁ ରାତି

ଜନ ଦିନୁ ଦିନ ସଢି ଚାଲିଛି,

ପର ଓ ଆପଣା ନାହିଁ ଜଣାଶୁଣା 

ନେତା ପ୍ରଶାସକ ଛଡି ଚାଲିଛି ।(୩)


ସାଥିରେ ସଭିଁକୁ ପ୍ରଗତି ସଭିଂକ

କରି ଝଂକାରିତ ବକ୍ତା ଚାଲିଛି,

ସାଥେ କିଏ ତୋର ଦେଖାନାହିଁ କାର 

ମୁଖେ ସୁଧା ହୃଦେ ବିଷ ଚାଲିଛି ।(୪)


ଦେଶ ନନ୍ଦିଘୋଷ ଅବାଟରେ ନେଇ 

ଦିବାସ୍ୱପ୍ନ ସେ ଯେ ଭରି ଚାଲିଛି, 

ଦେଇ ଘୋଷ ଦେଶ ଝୁକାଇବୁନାହିଁ

ଢାଞ୍ଚା ମୌଳିକର ଭଙ୍ଗା ଚାଲିଛି ।(୫)


ସମ୍ମାନିତ ଆମେ ସ୍ୱତନ୍ତ୍ର ଧରାରେ 

ଭିନ୍ନ ଗୀତ ଏକତାନେ ଚାଲିଛି,

ସବୁ ଜାତି ଧର୍ମ ସଂପ୍ରଦାୟ ନଦୀ

ମିଶି ମହୋଦଧି ଦେଶ ଚାଲିଛି ।(୬)


ସହିଷ୍ଣୁତା ସ୍ୱୀକୃତି ଧର୍ମ ବାରତା

ବିବେକାନନ୍ଦଙ୍କ ଭୁଲି ଚାଲିଛି,

ଧାର୍ମିକ ପ୍ରବର ମରମ ଧର୍ମର

ରଂଗେ ନୂଆ ରଂଗ ବୋଳି ଚାଲିଛି।(୭)


ଶୁଣି ସେ ଚିତ୍କାର ହୃଦବିଦାରକ 

ତୁଣ୍ଡ ସ୍ୱାଧୀନତା ମଳି ଚାଲିଛି,

ହାତ ଟେକି ଦେଖା ତୋ ହୃଦୟ ଲେଖା 

ଜନ ଅଧୀକାର ଦଳି ଚାଲିଛି ।(୮)


କାହିଁ ସେ ସୁଦିନ ଘୋଷ ଆବାହନ

ହାତେ ମମ୍ ବତୀ ଜାଳି ଚାଲିଛି,

ବୃଦ୍ଧ ଓ ବିଦ୍ୟାର୍ଥୀ, ନାରୀ କି ପୁରୁଷ

ରାଷ୍ଟ୍ରୀୟ ସଂଗୀତ ଗାଇ ଚାଲିଛି।(୯)


କୁହ ଆଜି ପୁଣି ଆମ ନାକ ମୁହେଁ

କେଉଁ ତୁଣ୍ଡି ଫାଶ ବୁଣା ଚାଲିଛି,

ଶିଥିଳ ପଡିଛି ତୁଣ୍ଡଯେ ଆମର

କେଉଁ ନିଆାଁ ଝାସ ଜଳି ଚାଲିଛି ।।୧୦।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract