STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କୋଣାର୍କ ନବ ଯୁବକ ସଙ୍ଘ

କୋଣାର୍କ ନବ ଯୁବକ ସଙ୍ଘ

1 min
365

ନବ ଯୁବକର ସଙ୍ଘ ଟିଏ ହେଲା

 କୋଣାର୍କ ନାମେ ନାମିତ,

ଖଣ୍ଡାୟତଙ୍କର ଓଡ଼ିଆ ଗାଆଁ ଟି

  କଳାବାଡିଆ ନାମିତ।


ଯାର ଜିଲ୍ଲା ନାମ ସଢୈଇକଳା ଟି

  ଜଡ଼ିତ ଟି ଖରସୁଆଁ,

ବ୍ଲକ ନାମ ପରା ରାଜନଗର ଟି

  ଭୁଲିବ ବା କିଏ କିଆଁ ।


ହେଲା ଏହୁ ସଙ୍ଘ ଓଡ଼ିଆ କଲ୍ୟାଣେ

   ବିଚ୍ଛନ୍ନାଞ୍ଚଳ ଉତ୍କଳୁ

ଓଡ଼ିଆଙ୍କ ଶିକ୍ଷା ସମ୍ମାନ ପାଇଁରେ

    ସଙ୍ଘ ଏ ବିଚ୍ଛିନ୍ନାଞ୍ଚଳୁ ।


ଏକତ୍ରିତ ଯୁବା ହେଲେଟି ଗାଆଁର

  ନିଜ ଅଧିକାର ପାଇଁ,

କୋଣାର୍କ ସଙ୍ଘ ଟି ସ୍ଥାପିତ କରିଲେ

    ମାତୃଭାଷା ରକ୍ଷାପାଇଁ।


ସୂର୍ଯ୍ୟଙ୍କ ମନ୍ଦିର କୋଣାର୍କ ଟି ପରା

  ମନ୍ଦିର ନାମରେ ସଙ୍ଘ,

ଓଡ଼ିଆ ଗୌରବ ଭାଷାର ସୁରକ୍ଷା

  ପାଇଁ ଯୁବା କଲେ ସଙ୍ଘ।


ପୂଜା ସାଂସ୍କୃତିକ ହୁଏ ପ୍ରତି ବର୍ଷ

    ଗଜଲକ୍ଷ୍ମୀ ପୂଜା ଯହିଁ,

ପାଲା ନାଟକର ଆୟୋଜନ ଏଠି

  ଓଡ଼ିଆ ସଂସ୍କୃତି ତହିଁ।


ଥିଲେ ରାଧାକାନ୍ତ ଜ୍ଞାନରେ ଭୂଷିତ

  ତାଙ୍କରି ପ୍ରେରଣା ଥିଲା

ଥିଲା ଟି ପ୍ରେରଣା ଯୋଦୁନାଥଙ୍କର

    ମନମୋଥଙ୍କର ଥିଲା।


ନଗେନ ନାୟକ କ୍ରୀର୍ତ୍ତନ ପାର୍ଟିର

  ଥିଲେ ଏକ ଖ୍ୟାତ ଗୁରୁ,

ରହିଥିଲେ ଯୋଡ଼ି ଯୁବାଙ୍କ ସଙ୍ଘରେ

 ନିତ୍ୟେ ପ୍ରଣିପାତ କରୁ।


ସ୍ମରଣ ରହିବ ତାଙ୍କ ଅବଦାନ

    ନଭୁଲିବେ କେହୁ ଦିନେ,

ପ୍ରେରଣା ତାଙ୍କର ଦିଏ ସତ୍ୟ ପଥ

  ସଦା ରହିଥିବେ ମନେ।


ନିସ୍ବାର୍ଥର ଯୁବା ପୂର୍ଣ୍ଣ ବାବୁଙ୍କର

 ଥିଲା ଶ୍ରେଷ୍ଠ ଅବଦାନ,

ଅଳ୍ପ ବୟସରେ ତ୍ୟାଗୀ ପ୍ରାଣ ନୀଳା

  ପ୍ରଭୁ ଚରଣେ ଗମନ।


ନିଃସ୍ବାର୍ଥର ବୀଜ ଅଙ୍କୁରିତ ଯହିଁ

  ଅଛି ପ୍ରେମ ଶ୍ରଦ୍ଧା ଭକ୍ତି,

ଏକତ୍ରିତ ମନ୍ତ୍ରେ ଯୋଡ଼ି ରହିଅଛି

     ରାଷ୍ଟ୍ର ଗାଆଁ ଭାବ ଭକ୍ତି ।


ଗାଆଁର ବିକାଶେ ତତ୍ପର ଟି ଯୁବା

  କରନ୍ତି ଗାଆଁ ବିକାଶ,

ରାଷ୍ଟ୍ରର ନିର୍ମାଣେ ଆଗୁଆ ସର୍ବଦା  

  ଏହୁତ ସଙ୍ଘ ଉଦେଶ୍ୟ।


ଥିଲାରେ ସିଂଭୂମ ଉତ୍କଳ ମାଟିର

  ହେଲା ଟି ବିହାର ରାଜ୍ୟ,

ଥିଲା ଓଡ଼ିଆଙ୍କୁ ଶିକ୍ଷାର ସୁବିଧା

  କିପରି ଭୁଲିବା ରାଜ୍ୟ।


ଅଲଗା ବିହାରୁ ହେଲା ଝାଡ଼ଖଣ୍ଡ  

  ଖୁସିରେ ଓଡ଼ିଆ ଜନ,

କିନ୍ତୁ ,ଖୁସି ସ୍ବପ୍ନ ହେଲା ଅଭିଶାପ

 ଓଡ଼ିଆର ଶିକ୍ଷା ଶୁନ୍ୟ।


କୋଣାର୍କ ଯୁବକ ସଙ୍ଘ ଟି ଦୁଃଖିତ

  ଶିକ୍ଷା ପାଇଁ ଆନ୍ଦୋଳନ,

ଶିକ୍ଷା ମାତୃଭାଷା ମିଳୁ ଓଡ଼ିଆଙ୍କୁ

  କରେ ଏକତ୍ରିତ ଜନ।


ଦିନରାତି ଚିନ୍ତା ଶିକ୍ଷାର ପାଇଁରେ

  ଭାଷା ପାଇଁ ବହି ମିଳୁ,

ଭାଷାର ଶିକ୍ଷକ ମିଳୁ ଓଡ଼ିଆଙ୍କୁ

  ସମ୍ମାନ ତାଙ୍କରି ମିଳୁ।


ସିଞ୍ଚାଇ ସୁବିଧା ମିଳୁ କୃଷକଙ୍କୁ

  ଗାଆଁର ଉନ୍ନତି ହେଉ,ଗୁଞ୍ଜୁ ଥାଉ

ବିଶ୍ବେ କ୍ରୀତି ଓ ସଂସ୍କୃତି 

  ଉଦ୍ଦେଶ୍ୟ ସଙ୍ଘର ହେଉ।


ଭକ୍ତି ଜଗନ୍ନାଥ ଓଡ଼ିଆଙ୍କ ରହୁ

  ଓଡ଼ିଆ ଆରାଧ୍ୟ ପରା,

ସଙ୍ଘର ପ୍ରଚାର ସର୍ବଦା ରହୁରେ

  ଭକ୍ତି କାଳିଆର ପରା।


ଗୌରବ ଦେଉଛି ଗାଆଁର ସଂସ୍କାର

  କୋଣାର୍କ ସଙ୍ଘର ବଳୁ,

କର୍ମ ବଳୁ ଯୁବା ହାସଲ କରନ୍ତି

 କାର୍ଯ୍ୟ ନିଃସ୍ବାର୍ଥର ବଳୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract