Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ମାଟିର ସୁରକ୍ଷା, ହେଉ ଆନ୍ଦୋଳନ ଝଡ଼

ମାଟିର ସୁରକ୍ଷା, ହେଉ ଆନ୍ଦୋଳନ ଝଡ଼

1 min
345


ସୁନ୍ଦର ଚକ୍ ଚକ୍ ଆକର୍ଷକ 

ବେଶଭୁଷା ହୋଇ, 

ବହୁ ଛଦ୍ମବେଶୀ ଆଡମ୍ବର 

ହୁଅନ୍ତି ଦେଖେଇ ।


ଛୁଆଦିନରୁ ଜାଣିଥିଲି ମୁଁ, 

ତାହା ପରା ମୁଲ୍ୟହୀନ

ହଜିଯାଇଛି ସ୍ଥିତି, ତାହା 

ହୋଇଛି ଏବେ ମୂଲ୍ୟବାନ ।


ପୁଂଜିବାଦରେ ଖୋଜିଲେ 

ଯେତେ ମୁଲ୍ୟବାନ ଭଲଗୁଣ 

ସ୍ୱାର୍ଥାନ୍ଧ ମଣିଷେ କାହୁଁ 

ପାଇବା ତାହା ଠୁ ସତଗୁଣ ।

 

ପୁଂଜି ଅର୍ଜନେ ପରିବେଶ ନଷ୍ଟ

ନାହିଁ ସବୁଜିମା ମଧୁଛନ୍ଦ, 

ମାଟିର ସନ୍ତାନ ଝୁରୁଛି ନିରବେ

ପାଇବାକୁ ପ୍ରକୃତିର ଗନ୍ଧ ।


ମାଟିର ମଣିଷ ତ ନିରୀହ 

ନିଷ୍କପଟ ମଣିଷଟିଏ

ସେ ତ ଗୋଟାଏ ଖଟିଖିଆ 

ମଜୁରିଆ ମୁଲିଆଟିଏ ।


ଖରା ବର୍ଷା ଶୀତ କାକରରେ 

ଭିଜି ମେହନତ କରିଥାଏ

ଜୀବନ ଓ ଯନ୍ତ୍ରଣାକୁ ନେଇ ମାଟି

କୁ ଜାବୁଡି ଚଳୁଥାଏ ।


ରାଜନୀତି ପଶାପାଲିରେ କେବେ

ଜାତି ଧର୍ମ ନାମେ ଡ୍ରାମା ରଚେନା

ମା ମାଟିର ସମ୍ମାନ ଗାଁର ସମ୍ମାନ

ଛଡା ଅନ୍ୟକୁ ବଡ ବୋଲି ଭାଳେନା ।


କୁଟୁମ୍ବର ବୋଝ ବୋହୁଥିବା 

ଦରିଦ୍ର ମଣିଷଟିଏ

ସତ୍ୟ, ନ୍ୟାୟ, ନୀତି ଆଦର୍ଶ 

ପଥର ଚାଲୁ ମଣିଷଟିଏ ।


ନିଜର ଅଧିକାରକୁ କେଉଠି ସେ

ସାବ୍ୟସ୍ତ କରିବ

ଆଇନର ଧାର ପୁଂଜିପତି ସ୍ୱାର୍ଥେ,

ଚେଷ୍ଟା ତ ଖର୍ବ ହେବ ।


ସେ ଭାଷା ଶୁଭୁନି, ମିଶୁ ମୋର 

ଦେହ ଏ ଦେଶ ମାଟିରେ

ନାହିଁ ସେପରି ଲୋକ, ଦେଶବାସୀ 

ଚାଲିଯିବେ ତା ପିଠିରେ ।


ପୁଂଜିପତି ଆସିଛି ଯୁଦ୍ଧ କରିବ 

ମାନିବନି ଛୋଟ ବଡ଼

ମାଟି ମାଆର ସୁରକ୍ଷା ପାଇଁ 

ଦରକାର ଆନ୍ଦୋଳନର ଝଡ଼ ।


Rate this content
Log in