Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mrs. SASMITA DAS

Abstract

4  

Mrs. SASMITA DAS

Abstract

ସ୍ମୃତି ସଂଳାପ

ସ୍ମୃତି ସଂଳାପ

1 min
317


ସଂଳାପଟେ ଲେଖିବାକୁ ହେଲେ ଆବଶ୍ଯକ ହୁଏ 

ଭାବନା ସହିତ କିଛି ମୁହୂର୍ତ୍ତର ଆଳାପ

ଅନୁଭବ ବି କେବେ ଲେଖିଦିଏ

ଏହି ମନ ଚେତନାରେ ସ୍ମୃତି ସଂଳାପ ।


ସମୟର ସବୁଜ ସମ୍ଭାରେ

ସ୍ମୃତିର ପାଖୁଡ଼ା ପ୍ରସ୍ଫୁଟିତ ହୁଏ

ଘଟଣାର ପଦ ଚିହ୍ନ ଯେବେ

ସମୟ ବାଲିରେ ନିଶ୍ଚିହ୍ନ ହୁଏ ।


ମୁହୂର୍ତ୍ତ ଗୁଡ଼ିକ ସୂଚାଇ ଦିଏ

ସାଉଁଟା ସ୍ମୃତି ଯେ କେତେ ଅନୁପମ

କେତେ ବାସ୍ନାମୟ କେତେ କମନୀୟ

ଲେଖି ହୋଇଯାଏ ସ୍ମୃତି ସଂଳାପ ।


ପୁଲକିତମନେ ନୂଆ ସୂର୍ଯ୍ଯୋଦୟେ

କେଜାଣି କାହିଁକି ହୋଇ ବିଭୋର

ସ୍ମୃତି ସଂଳାପ ଭରିଦିଏ କେବେ

ମାଟିର ବାସ୍ନାରେ ହୋଇ ମହକ ।


ଭିଜେଇ ଦିଏ ସେ ମାଟିର ଲଗ୍ନରେ

ଆଷାଢ଼ର ସେ ପହିଲି ବର୍ଷାର ଶୀତଳ ସ୍ପର୍ଶ

କେବେ ଆଭାସ ସେ ସକାଳ ସୂରୁଯ

ସୂର୍ଯ୍ଯସ୍ନାତା ପ୍ରହରର କମନୀୟ ରୂପ ।


ଅନେକ ପ୍ରବୃତ୍ତ ଅନେକ ନିବୃତ୍ତ

ବିଶ୍ୱାସର ମନ୍ତ୍ରେ ଜୀବନ ସଂଗ୍ରାମ ସ୍ୱର

ଅନୁଭୂତି ରଚେ ସ୍ୱାତନ୍ତ୍ର୍ଯତା ଏଠି

ଆତ୍ମ ଅଭିସାରେ ଲେଖି ହୋଇଯାଏ ସ୍ମୃତି ସଂଳାପ ।


Rate this content
Log in

Similar oriya poem from Abstract