STORYMIRROR

Mrs. SASMITA DAS

Abstract

2  

Mrs. SASMITA DAS

Abstract

ଭାବନାର ଡୋରରେ ରାକ୍ଷୀ

ଭାବନାର ଡୋରରେ ରାକ୍ଷୀ

1 min
27

କରୋନାରେ କବଳିତ

ବର୍ତ୍ତମାନର ଏ ଜନ ଜୀବନ

କରୋନା କଟକଣାରେ ପୁଣି

ଆଜିର ରକ୍ଷା ବନ୍ଧନ

ଆତଙ୍କିତ ମନ ପୁଣି 

ଝୁରେ ଆମ ସଂସ୍କୃତି

ଭଉଣୀଟି ଦୂରେ ଥାଇ 

ଭାବୁଛି ଅତୀତର ରାକ୍ଷୀ

ଜୀବନଶୈଳୀ ଭଳି ବଦଳିଛି 

ନିୟମ ଚଳଣିରେ ଆମ

ତଥାପି ବଦଳିବ ନାହିଁ ଆମ

ସଂସ୍କୃତିର ମାନ

ଶ୍ରାବଣ ପୂର୍ଣ୍ଣମୀ ଦିନ 

ରାକ୍ଷୀ ବନ୍ଧନର ଦିନ

ଭାବର ପରବ 

ଏ ରାକ୍ଷୀ ପୂର୍ଣ୍ଣମୀ ଉତ୍ସବ

ଶ୍ରୀବଳଦେବଙ୍କ 

ଏହି ଦିନ ଜନ୍ମୋଉତ୍ସବ

ଗୋମାତା ଙ୍କୁ ପୂଜିବା ଯେ

ଆମ ସଂସ୍କୃତି ଗୌରବ

ରାକ୍ଷୀର ଡୋରରେ ଥାଏ 

ଭଉଣୀର ସ୍ନେହ

ଆଜି ଦୂରରେ ରହି ଭଉଣୀ

ଝୁରୁଛି ଭାଇର ସେନେହ

ରାକ୍ଷୀ ନୁହେଁ ଏକ ଡୋର 

ସେ ତ ଶାଶ୍ୱତଭାବର ସଂପର୍କ

ଯେତେ ଦୂରେ ଥାଉ ଭାଇ

ଭାଇର ଶୁଭ ମନାସୁଛି 

ଏଠି ଭଉଣୀର ସ୍ନେହ

ଅନ୍ତରମନରେ ଭକ୍ତିଭରେ ଆଜି 

ସମୟ ସ୍ଥିତିରେ ଏଠି ସାମାଜିକ ଦୂରତ୍ୱରେ ରହି

ଭାଇର ଦୀର୍ଘାୟୁ କାମନା କରେ

ପ୍ରଭୂଙ୍କ ପାଖରେ

ଭକ୍ତି ଚିତ୍ତେ ମୁହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract