STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

MY DAD MY HERO

MY DAD MY HERO

1 min
216


ଜ୍ଞାନର ଜ୍ୟୋତିଟି ଜାଳି ଛନ୍ତି ପ୍ରାଣେ

          

ଜୀବନ ଯାତ୍ରାରେ ମୋର,


ସବୁ ଆବଶ୍ୟକ କଲେଟି ପୂରଣ


ନିଅଁଟ ନ କଲେ ତାର।୧।


ଶିକ୍ଷାର ପ୍ରଦୀପ ପ୍ରକାଶିତ କଲେ


ଜୀବନର କୋଣେ କୋଣେ,


ଅବଦାନ ତାଙ୍କ ଶିଶୁ କାଳୁ ଅଛି


ସଫଳତା ମନ୍ତ୍ର ମଣେ।୨।


ଯାହା କିଛି ଆଜି ଜୀବନେ ମୋହର


ସବୁତ ତାଙ୍କରି ଦାନ,


କି ପରି ଭୁଲିବି ପିତାଙ୍କୁ ମୋହର


ଚରଣେ କାଟିବି ଦିନ।୩।


ପରିଶ୍ରମ କରି ମଣିଷ କରିଲେ


ନିଅଁଟ ନ କଲେ କିଛି,


ସବୁ ଆବଶ୍ୟକ ପୂରଣ କରିଲେ


ଶିକ୍ଷା କ୍ଷେତ୍ରେ ଯାହା ଅଛି।୪।


ସତ୍ୟ ପଥଗାମୀ କରାଇଲେ ମତେ,


ନିସ୍ବାର୍ଥର ମନ୍ତ୍ର ଦେଲେ,


ଧର୍ମପଥଗାମୀ ନୀତି ଶିଖାଇଲେ


ଜନସେବା ମନ୍ତ୍ର ଦେଲେ।୫।


ଜ୍ଞାନ ଶାସ୍ତ୍ର ଭକ୍ତି ଶିଖାଇଲେ ମତେ


ସୁପଥର ବାଟ ଦେଲେ,


ଅବଦାନ ତାଙ୍କ ପ୍ରେମରେ ଜଡ଼ିତ


ପୁତ୍ର ପାଇଁ ପିତା କଲେ।୬।


ପ୍ରତିଷ୍ଠିତ ବ୍ୟକ୍ତି କରିଲେ ସମାଜେ


ତିଳେ ମାତ୍ର ମିଥ୍ୟା ନାହିଁ,


ସୁଝି ପାରିବିନି ତାଙ୍କରି ଏ ଋଣ


ପ୍ରାଣ ଥିବା ଯାଏ ମୁହିଁ।୭।


କର୍ତ୍ତବ୍ୟ ପଥରେ ଶକ୍ତି ଭରି ରହୁ


ପିତାଙ୍କ ଚରଣେ ମୋର,


ବିଚଳିତ ନୋହୁଁ ମନଟି ମୋହର


ପିତା ପ୍ରତି ଭକ୍ତି ମୋର।୮।


ତାଙ୍କ ପଦ ଧୂଳି ଚନ୍ଦନ ମୋ ପାଇଁ


ଶ୍ରେଷ୍ଠ ଗୁରୁ ପିତା ମୋର,


ତାଙ୍କରି ସେବାରେ ବିତୁ ଏ ଜୀବନ


ଜଗନ୍ନାଥ ଦୟା କର।୯।


ଜ୍ଞାନର ଜ୍ୟୋତି ଟି ଜାଳି ଛନ୍ତି ପ୍ରାଣେ


ଜୀବନ ଯାତ୍ରାରେ ମୋର,


ସବୁ ଆବଶ୍ୟକ କଲେଟି ପୂରଣ


ନିଅଁଟ ନ କଲେ ତାର।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract