STORYMIRROR

Madhulita Nayak

Abstract

3  

Madhulita Nayak

Abstract

ଅକୁହା କଥା

ଅକୁହା କଥା

1 min
194


କହିବା କଥାକୁ ସମସ୍ତେ ବୁଝନ୍ତି

ମନ କଥା ବୁଝିପାରେନା କେହି,

ବୁଝିନପାରିଲେ ନିରବ କଥାକୁ

ରହିଯାଏ ସେ ଅକୁହା ହୋଇ।


ଦିନ ପରେ ଦିନ ବିତିଯାଏ ସିନା

ମନ ପଡ଼ିଯାଏ ଫିକା,

କେମିତି ଭୁଲିବି ସେ ଅଭୁଲା ମୁହୂର୍ତ୍ତ

ଯେବେ ଦେଇଥିଲା ମୋତେ ଧୋକା।


ସମୟର ସାଥେ ବଦଳିଲ ତୁମେ

ଚିତ୍ତ ମୋ ଗୁମୁରି କାନ୍ଦେ,

ଅଟକି ରହିଛି ସେହି କ୍ଷଣକରେ

ଯନ୍ତ୍ରଣା ର କ୍ଷତ ଧରି ହୃଦେ।


ହାତରେ ମୋହର ହାତରଖି ତୁମ

ଦେଇଥିଲ ହସି କଥା,

ସାରା ଜୀବନ ମୋ ସାଥିରେ ଚାଲିବ

ମନେ ଦେବନାହିଁ ବ୍ୟଥା।


ଆଉ କାହା ସାଥେ ଖୁସିରେ ରହିଛ

ଦୁଃଖେ ମୋ ଘୁରୁଛି ମଥା,

କେମିତି କହିବି କାହାକୁ କହିବି 

ମୋ ମନର ଅକୁହା କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract