STORYMIRROR

Madhulita Nayak

Romance

3  

Madhulita Nayak

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
127


ପ୍ରେମ ଅବ୍ୟକ୍ତ

ପ୍ରେମ ମନ ପ୍ରାଣ କରେ ପୁଲକିତ,

ପ୍ରେମର ଝରଣା

ଶୁଷ୍କ ଗା କରିଦିଏ ରଙ୍ଗାୟୀତ ।।


ପ୍ରେମର ଫୁଆର

କୁମାରିର ତନୁମନେ ଭରେ ଶିହରଣ,

ପ୍ରେମର ସ୍ପରସେ 

ଅଭିଶପ୍ତ ଅହଲ୍ୟାର ନିର୍ଜୀବ ଶରୀରେ ଭରିଥିଲା ପ୍ରାଣ ।।


ପ୍ରେମର ପୁଲକେ 

ବସ୍ନାହୀନ ପଳାଶର,

ଓଠ ଧାରେ ଆଣିଦିଏ ମୁକୁତାର ଧାର

ମଳୟ ପବନର ମଦଗନ୍ଧେ ,

ଝରିଯାଏ ସୁଧା ବସନାର ।।


ପ୍ରେମିକାର ପ୍ରେମେ ବନ୍ଧା

ପ୍ରେମିକ ତାହାର,

ମାଆର ବୁକୁରେ ଭରିଥାଏ ପ୍ରେମ

ସନ୍ତାନର ଜୀବନେ ଝରିଯାଏ ଧାରା 

ଆଶିଷର ।।


ମନେ ପ୍ରେମ ଭରିଥିଲେ

ନିଦାଘର କରାଳ ତାପ ବି

ବରଷାର ଧାରା ପରି କରେ ବିମୋହିତ,

ପ୍ରେମ କେବେ ଆଣିଦିଏ ବସନ୍ତ

କେବେ ନୟନର ଲୁହ ଧାରେ 

ଭିଯାଏ କୁମାରୀ ପଣତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance