ନିଦ
ନିଦ
ଆଖି ପଲକରେ
ଘର ତାର,
ନୟନ ମୁଦିଲେ
ଅଗଣାରେ ପାଦ ଥାପି
ଥିରି ଥିରି ଆସେ ।
ସେ ଆସିଲେ,
ସଂସାରର ମୋହ, ମାୟା
ଇର୍ଷା, ଦ୍ୱେଷ,ଅହଂକାର
ଯାଏ ଅପସରି
ଚିତ୍ତ, ମନ ,ଆତ୍ମା
ଶାନ୍ତ,ସରଳ ବାଧ୍ୟ ଶିଶୁଟି ପରି
ଚାଲେ ତା ପଥ ଅନୁସରି ।
ସେ ଆସିଲେ,
ଆଲୋକର ଇନ୍ଦ୍ରଧନୁ
କଳା ମେଘର ଚାଦର ତଳେ,
ଘୋଡ଼ି ହୋଇ ଶୋଇଯାଏ,
ଅନ୍ଧକାର ପୂର୍ଣ୍ଣ ଆକାଶର
ବଗିଚାରେ ଚିକ ମିକ ତାରକାର
ପୁଷ୍ପ ଫୁଟିଯାଏ ।
ସେ ଆସିଲେ,
ସଂସାରର ସବୁସୁଖ
ଫେରିଆସେ ପରିରାଇଜ
ରାଜକୁମାରୀର ରୂପ ନେଇ
ପୁଣି କେବେ
ତୁ ଟୁଆଁ ,ଟୁଇଁ ଆଉ ବାଘମାମୁଁର
ରୂପ ଝଲକେଇ ।
ସେ ଆସିଲେ,
ଜୀବନରେ ବାସ୍ତବତା ଆସେ
ଶରୀରରେ ତେଜ ପ୍ରକାଶେ
ବନ୍ଧନରୁ ମୁକ୍ତି ମିଳେ
ସପନର ଚଲାପଥ ପ୍ରସରେ,
ଆଉ ଶାନ୍ତିର ମଳୟ
ଶିରା ପ୍ରଶିରାର କୋଣ ଅନୁକୋଣେ
ବହଇ ସଧୀରେ ।