STORYMIRROR

Madhulita Nayak

Others

3  

Madhulita Nayak

Others

ବରଷା ଧାରା

ବରଷା ଧାରା

1 min
189

ଟିପି ଟିପି ଟିପି ଟିପି 

ବରଷାର ଧାରା 

ଭୂମିରେ ପଡୁଛି ଝରି,

ଝରକା ଫାଙ୍କରେ

ସୁଲୁସୁଲୁ ବାଆ 

ଦେହେ ଶିହରଣ ଦିଏ ଭରି"...।।।


 ଧୋବ ଫର ଫର

ବଗ ବଗୁଲି ଆକାଶେ 

ଯାଆନ୍ତି ଉଡି,

ବିଜୁଳି ଆଲୋକେ 

ଧଳା ରଙ୍ଗ ତାଙ୍କ

ତୋରା ଦିଶେ ଚାନ୍ଦ ପରି ।।


କର୍ଣ୍ଣେ ଶୁଭୁଅଛି

ବେଙ୍ଗ ବେଙ୍ଗୁଲିଙ୍କ

କେଏ କଟର ରଡି,

ଡ଼ଙ୍ଗା ଭାସିଯାଏ

ପାଣିର ସୁଅରେ

ଝୁଲି ଝୁଲି ଧାଡି ଧାଡି ।।


କୁନି କୁନି ପିଲା

ବରଷାରେ ଭିଜି 

ଖେଳୁଛନ୍ତି ହସି ହସି,

ପୋଖରୀ ତୁଠକୁ

ପଦ୍ମ ତୋଳିଯାଉ

ଆମେ ସାଙ୍ଗ ସାଥି ମିଶି।।


ଜଳ ବିନ୍ଦୁ ପଡି

ପତର ଉପରେ 

ସା ରେ ଗା ମା ସୃଷ୍ଟି କରେ,

ପାଦ ମୋ ନାଚଇ

ସେହି ସ୍ୱର ତାଳେ

ମନ ନର୍ତ୍ତକୀର ରୂପ ଧରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍