Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Romance

4  

Binodini Dash

Romance

ତୁମେ ଆସିଗଲ

ତୁମେ ଆସିଗଲ

1 min
320



ତୁମେ ଆସିଗଲ ସାଜି ମୋ ଜୀବନ ବଂଶୀ

ମୋତେ ମିଳିଗଲା ଜୀବନର ଯତେ ଖୁସି 

ସୁର ଲୟ ତାନେ ତୋଳିଲି ସଙ୍ଗୀତ

ପାଦେ ପାଦ ଛନ୍ଦି କରିଲି ମୁଁ ନୃତ୍ୟ

ପ୍ରୀରତି ଘୁଙ୍ଗୁର ବାଜଇ ମଧୁର

ପ୍ରତିକ୍ଷଣ ହସିହସି ।

ତୁମେ ଆସିଗଲ----------


ଭାବି ମୁଁ ନଥିଲି ଏତେ ଖୁସି ସତେ

ମିଳିଯିବ ବୋଲି ସହଜରେ ହାତେ

ଅହୋ ଭାଗ୍ୟ ମୋର ଉଦୟରେ ଭାତି

ଚମକି ଉଠିଲା ତେଜି ମନୁ ଭୀତି

ତୁମରି ପାଇଁ ମୁଁ ମହକି ଉଠିଲି

ଆହା ! କେତେ ତୋରା ଦିଶି ।

ତୁମେ ଆସିଗଲ--------------


ତୁମ ଜୋଛନାରେ ଦେହ ମନ ଭିଜି

ମିଠା ସପନରେ ଯାଉଥିବ ହଜି

ହିଲ୍ଲୋଳିତ ହୋଇ ଜୀବନ ଯମୁନା

ହୃଦୟ ତଟକୁ ଦେଉଥିବ ଚୁମା

ରଙ୍ଗେଇ ହୋଇକି ତୁମ ପ୍ରେମରଙ୍ଗ

ଉଠୁଥିବି ମୁଁ ଉଲ୍ଲସି ।

ତୁମେ ଆସିଗଲ--------------




Rate this content
Log in

Similar oriya poem from Romance