STORYMIRROR

Chittaranjan Nanda

Romance Others

4  

Chittaranjan Nanda

Romance Others

ବିବାହ ବନ୍ଧନ, ପବିତ୍ର ବନ୍ଧନ

ବିବାହ ବନ୍ଧନ, ପବିତ୍ର ବନ୍ଧନ

1 min
404


ବିବାହ ବନ୍ଧନରେ ଛନ୍ଦି ହେଲେ ଦୁହେଁ, 

ସଂସାର ତ ଆରମ୍ଭ ହୁଏ

ଦୁଃଖ ସୁଖ ଜୀବନେ କଟାନ୍ତି, ଏକ 

ଆରେକର ସମଭାଗୀ ରହେ |୧|


ସ୍ୱାମୀ ପାଇଁ ସ୍ତ୍ରୀ, ସ୍ତ୍ରୀ ପାଇଁ ସ୍ୱାମୀ ଦୁହେଁ 

ଜୀବନର ଜୀବନ ସାଥି

ଦୁଃଖ ସୁଖରେ ବନ୍ଧା ହୋଇ ଯାଇ ଦୁଃଖ 

ସୁଖରେ ସମୟ ଯାଏ ବିତି |୨|


ସ୍ୱାମୀ ଓ ସ୍ତ୍ରୀର ସ୍ବପ୍ନିଳ ମଧୁର କଥାରେ 

ବିତାଇ ଦିଅନ୍ତି ବହୁ ବିନିଦ୍ର ରାତି

ସ୍ୱାମୀ, ସ୍ତ୍ରୀ ହୃଦୟର ବେଳାଭୂମିରେ 

ଶୁଣାଏ ମଧୁ ପ୍ରଣୟର ଗୀତି |୩|


ସ୍ୱାମୀ ଓ ସ୍ତ୍ରୀ ସଂସାରୀ ଜୀବନ ଭିତରେ 

ବୟସ ତ ଜଣା ପଡିବ ନାହିଁ

ବୁଢା ବୁଢ଼ୀ ହୋଇ ରହିଥାନ୍ତି ଯୋଡି ବରଷ 

ବରଷ ସମୟ ବିତାଇ |୪|


ସମାଜରେ ବହୁ ମଣିଷ ଆସନ୍ତି ଯାଆନ୍ତି 

ଜୀବନର ରଙ୍ଗ ମଞ୍ଚରେ

ବିବାହ, ପବିତ୍ର ବନ୍ଧନ, ସ୍ୱାମୀ ସ୍ତ୍ରୀ ରହନ୍ତି 

ଦୁଃଖ ସୁଖ ହୋଇ ସାଥିରେ |୫|


ମଧୁମୟ ସେଇ ମଧୁର ମୁହୂର୍ତ୍ତ ଗୁଡିକ 

ଆଙ୍କି ଥାଏ ତ ମଧୁର ସ୍ମୃତି,

କ୍ଷଣିକ ଅଳୀକ ଜୀବନରେ, ରଙ୍ଗ ଭରି 

ଦିଏ ଅଭୁଲା ସେ ମଧୁ ପ୍ରୀତି |୬|


ନାଆଁଟି ଲେଖନ୍ତି ସେମାନଂକ ହୃଦୟ 

ପୀରତି କାନ୍ଥରେ ଭିନ୍ନ ରଙ୍ଗରେ 

କିନ୍ତୁ ତାହା ରହେ ସ୍ୱପ୍ନରେ ମିଛ, କପଟ, 

ବିଶ୍ୱାସଘାତ ବେଈମାନୀରେ |୭|


ଅବିଶ୍ୱାସୀ ଖୋଜେ ହଜାରେ ପ୍ରମାଣ, 

ବିଶ୍ୱାସୀ ଖୋଜଇ ସୁନ୍ଦର ମନ

ବିଶ୍ୱାସରେ ଯିଏ ବିଷ ଦେଉଥାଏ ମଣିଷ 

ନୁହେଁ ସେ ପଶୁ ଠାରୁ ହୀନ |୮|


ମନେ ରଖିବା ସମସ୍ତେ, ସମୟର ଖେଳନା 

ଆମେ ଖେଳୁଛେ ଚକା ଭଉଁରୀ,

ସମୟ କାହାକୁ କା ସାଥେ ମିଶାଏ ତ ପୁଣି 

କେବେ ତ ଦିଏ ଦୂର କରି |୯|



Rate this content
Log in

Similar oriya poem from Romance