STORYMIRROR

samhita jena

Romance

4  

samhita jena

Romance

ଜହ୍ନ ସାଥେ କଥା ହେଲି

ଜହ୍ନ ସାଥେ କଥା ହେଲି

1 min
239

ପବନକୁ ମାଗିଥିଲି ଶୁଦ୍ଧତା ଟିକିଏ

ସମୟକୁ ମାଗିଥିଲି ଶାନ୍ତିରୁ ଚେନାଏ

ନୀରବତା ଦେଖି ତାଙ୍କ ଭାଙ୍ଗି ପଡ଼ିଥିଲି

ନିରୂପାୟ ବୋଲି ତାଙ୍କୁ ସେଦିନ ଜାଣିଲି।


ଆକାଶକୁ ମାଗିଥିଲି ବିଶାଳ ହୃଦୟ

ମାଗିବାକୁ ଭାବିଥିଲି ନଦୀଠାରୁ ଲୟ

ପରିହାସ କଲା ମତେ ଫୁଲେଇ ଝରଣା

ଛମଛମ ନାଚି ମତେ କଲା ବାଟ ବଣା।


ମଳୟକୁ ମାଗିଥିଲି ପ୍ରୀତିର ପରଶ

କହିଥିଲା କୃଷ୍ଣଚୂଡ଼ା ଦେବ ମତେ ହସ

ଚଇତାଳି ବହୁଥିଲା ଦେହକୁ ମୋ ଛୁଇଁ

ଗୋଧୂଳି ଲଗ୍ନରେ ସନ୍ଧ୍ୟା ଆସୁଥିଲା ନଇଁ।


ଚାନ୍ଦିନୀ ରାତିରେ ବସି ଜହ୍ନ ଦେଖୁଥିଲି

ସରଳତା ତାର ହୃଦେ ଅନୁଭଵ କଲି

ନିଶାର୍ଦ୍ଧରେ ତା ସାଙ୍ଗରେ ହେଲି କେତେ କଥା

ଜ୍ୟୋତ୍ସ୍ନା ତାର ଦେଉଥିଲା ଶାନ୍ତିର ବାରତା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance