Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

samhita jena

Classics

3  

samhita jena

Classics

ଶ୍ରଦ୍ଧାରେ ସାଉଁଟେ ଶରଧା ବାଲି

ଶ୍ରଦ୍ଧାରେ ସାଉଁଟେ ଶରଧା ବାଲି

1 min
156



ଶ୍ରୀ ମନ୍ଦିର ଆଉ ଗୁଣ୍ଡିଚା ମନ୍ଦିର

   ମଝିରେ ମାଳିନୀ ନଦୀ

ଆଷାଢ ମାସରେ ବନ୍ୟା ଆସିଗଲେ

   କାଳିଆ ହୁଅଇ ବନ୍ଦୀ | 


ପାଟ ମହାଦେଇ ଶରଦ୍ଧା ମଣିଙ୍କ

   ଦର୍ଶନେ ଉପୁଜେ ବାଧା

ଜଳବନ୍ଦୀ ହୋଇ ଗୁଣ୍ଡିଚା ମନ୍ଦିରେ

    ଯାତରା ରୁହଇ ଅଧା | 


ଅନ୍ନ ଜଳ ସ୍ପର୍ଶ କରନ୍ତିନି ରାଜା

    ଭାନୁଦେବଙ୍କର ମାତା

ସପନରେ ଆସି କାଳିଆ ସାଆନ୍ତେ

     କହିଲେ ଗହନ କଥା | 


ବଡ଼ ଦାଣ୍ଡେ ଥିବେ ଯେତେ ଭକ୍ତ ମୋର

     କହିବ ଏ କଥା ଯାଇ

ସମୁଦ୍ରରୁ ଆଣି ମୁଠେ ମୁଠେ ବାଲି

    ନଦୀକୁ ଦେବେ ପୋତେଇ | 


ଯେତେ ଭକ୍ତ ଥିଲେ ସମୁଦ୍ରରୁ ଯାଇ

    ଶ୍ରଦ୍ଧାରେ ଆଣିଲେ ବାଲି

ମାଳିନୀ ନଦୀଟା ପୋତି ହୋଇଗଲା

    ହୋଇଲା ଶରଧା ବାଲି | 


ଶରଦ୍ଧା ଦେବୀଙ୍କ ଭକ୍ତିର ପ୍ରତୀକ

    ଶରଧା ବାଲିର ନାମ

ଧନ ଜନ କିଛି ଲୋଡ଼ନ୍ତିନି ଭକ୍ତ

     ଯାଇ ଜଗନ୍ନାଥ ଧାମ | 


ଶରଧା ବାଲିରୁ ମାଗନ୍ତି ସେ ହାତେ

     ଭକ୍ତି ଭାବ ହୃଦେ ବହି

ନୀଳ ଚକ୍ରକୁ ସେ ଦର୍ଶନ କରିବେ

    ଦୁଇ ପାଦ ସେଠି ଥୋଇ ।


Rate this content
Log in

Similar oriya poem from Classics