Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

samhita jena

Classics

4  

samhita jena

Classics

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

1 min
336


ରଥ ତୋର ନନ୍ଦିଘୋଷ ପଥ ବଡ଼ ଦାଣ୍ଡ

ଘୋଷ ଯାତ୍ରା ବେଳେ ଖାଲି ଦିଶୁଥାଏ ମୁଣ୍ଡ |


ତାଳଧ୍ୱଜ ରଥେ ବିଜେ ତୋର ବଡ଼ ଭାଇ

ଦେଵଦଳନ ରଥରେ ସୁଭଦ୍ରା ଆସଇ |


ଜନ ସମୁଦ୍ର ଲହଡି ବଡଦାଣ୍ଡେ ତୋର

ଦର୍ଶନ ପାଆନ୍ତି ଯିଏ ଲାଗେ ଭକ୍ତି ଡୋର |


ବାମନ ବେଶରେ ଦେଉ ରଥେ ଦରଶନ

ଦର୍ଶନରେ ତୋର ପାପ ହୁଅଇ ଖଣ୍ଡନ |


ଟାହିଆ ହଲେଇ ହେଉ ପହଣ୍ଡିରେ ବିଜେ

ଦେଖି ଏ ପହଣ୍ଡି ଭକ୍ତ ଭକ୍ତି ରସେ ମଜେ |


ତୋର ରଥ ତୋର ପଥ ଆହେ ଜଗନ୍ନାଥ

ଦେଖିବାକୁ ସାରା ବିଶ୍ୱ ହୁଏ ଆକର୍ଷିତ |


କୋଟି କୋଟି ଭକ୍ତଙ୍କର ଦୁଃଖ ଶୁଣିବାକୁ

ବରଷକେ ଥରେ ଆସୁ ତୁ ବଡ଼ ଦାଣ୍ଡକୁ |


ପଲକ ପଡ଼େନି ତୋର ଚକା ନୟନରେ

ବଡ଼ ଦାଣ୍ଡେ ରଥ ଗଡେ ମହା ଆନନ୍ଦରେ |


ଭକ୍ତ ଟାଣୁଥାନ୍ତି ତୋର ରଥ ଦଉଡିକୁ

ମନେ ତାଙ୍କ ମହା ତୃପ୍ତି ଛୁଇଁ ତୋ ରଥକୁ |


ପତିତ ଜନଙ୍କ ଦୁଃଖ ଶୁଣିବାକୁ ଆସୁ

ଜନମ ବେଦୀରେ ଯାଇ ଆନନ୍ଦରେ ବସୁ |


ଜନମ ବେଦୀରେ ତତେ ଥରେ ଦେଖିଦେଲେ

ମହା ପାତକରୁ ଏ ଆତ୍ମାକୁ ମୁକ୍ତି ମିଳେ |



Rate this content
Log in

Similar oriya poem from Classics