Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

samhita jena

Classics

4  

samhita jena

Classics

ସ୍ନାନ ପୁନେଇଁ

ସ୍ନାନ ପୁନେଇଁ

1 min
390


ସ୍ନାନ ମଣ୍ଡପରେ ସ୍ନାନ ପୁନେଇଁ

ଗଜାନନ ବେଶେ କଳା କହ୍ନେଇ | 


ଜ୍ୟେଷ୍ଠ ମାସ ଏହି ପୂର୍ଣ୍ଣମୀ ତିଥି

ସ୍ନାନ ମଣ୍ଡପରେ ଜଗତ ପତି | 


ସର୍ବାଗ୍ରେ ପୂଜିତ ବିଘ୍ନ ନାଶନ

ଗଣ ପତି ଭଟ୍ଟ ସ୍ମୃତି ଚାରଣ | 


ଲୁଚି ଦେଖୁଥିଲ ଗୋପୀଙ୍କ ସ୍ନାନ

ମଣ୍ଡପରେ ଆଜି ଜଗତ ଜନ | 


ସୁନା କୂଅ ପାଣି ସୁନା ଗରାରେ

ଶହେ ଆଠ ଗରା କି ଶରଧାରେ | 


ଗାଧୋଇବା ପାଇଁ ପଣ୍ଡାଏ ବୋହି

ଅଗୁରୁ ଚନ୍ଦନ ମିଶାଇ ଦେଇ | 


ସ୍ନାନ କରାନ୍ତି ବସି ମଣ୍ଡପରେ

ଦେଖି ଧନ୍ୟ ହୋନ୍ତି ଭକ୍ତ ନେତ୍ରରେ | 


କୋଳାହଳମୟ ସ୍ନାନ ମଣ୍ଡପ

ଦର୍ଶନ ମାତ୍ରକେ ଛାଡଇ ପାପ | 


ବଳଭଦ୍ର ସୁଦର୍ଶନଙ୍କ ପାଇଁ

ଗୋପାଳ ମଠରୁ ବେଶ ଆସଇ | 


ଜଗନ୍ନାଥ ସୁଭଦ୍ରା ମାତା ପାଇଁ

ରାଘବ ଦାସ ମଠରୁ ଆସଇ | 


ଧଳା ହାତୀ ବେଶେ ବଳ ଭଦର

କଳା ହାତୀ ଜଗତର ଠାକୁର | 


ସୁଭଦ୍ରା ଭଉଣୀ ପଦ୍ମ ବେଶରେ

ଭକ୍ତଙ୍କୁ ଚାହାନ୍ତି କୃପା ନେତ୍ରରେ | 


ବିଦ୍ୟା ବୁଦ୍ଧି ଦେଇ ବିଘ୍ନ ନାଶନ୍ତି

ଗଣପତି ବେଶ ପ୍ରଭୂ ହୁଅନ୍ତି | 


ଗୋପ ଗୋପୀବୃନ୍ଦ ଶ୍ରୀକ୍ଷେତ୍ରେ ପଣ୍ଡା

ଚଢ଼ାନ୍ତି ଦୟଣା ତୁଳସୀ ଧଣ୍ଡା | 


ରୌଦ୍ର ତାପରୁ ମିଳଇ ଆଶ୍ବସ୍ତି

ଜ୍ଵରରେ ଶୁଅନ୍ତି ଜଗତ ପତି | 



Rate this content
Log in

Similar oriya poem from Classics