Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

samhita jena

Classics

4  

samhita jena

Classics

ଭାବରେ ଭକ୍ତିରେ ଭାଗବତ

ଭାବରେ ଭକ୍ତିରେ ଭାଗବତ

1 min
377



କାଲି ଥିଲା ଭାବ ଆଜିବି ରହିଛି

ରହିଥିବ ଚୀର କାଳ

ପରମ ଶାସ୍ତ୍ରକୁ ବୋଲନ୍ତି ସକଳେ

ବୁଡ଼ିଯାଏ ଯେବେ ବେଳ ।


ନିଶ୍ଵାସରେ ବନ୍ଧା ବିଶ୍ୱାସର ଡୋରି

କୃଷ୍ଣ ପ୍ରେମେ ସର୍ବେ ବାଇ

ଜୀବ ଗଲାବେଳେ ଶୁଣିଦେଲେ ପଦେ

ଆତ୍ମା ଶରୀର ଛାଡଇ ।


ପ୍ରତି ଗ୍ରାମେ ଗ୍ରାମେ ଏବେବି ରହିଛି

ଭାଗବତ ଟୁଙ୍ଗି ଘର

ଚାଳ ଘର ଭାଙ୍ଗି କୋଠା ହୋଇଗଲା

ବଦଳିଲା କଳେବର ।


ଭାଗବତ ପାଇଁ ଏବେବି ରହିଛି

ଲୋକଙ୍କର ଭାବ ଭକ୍ତି

କାଳିଆ ସୁମରି ପଢ଼ିଦେଲେ ଥରେ

ଆତ୍ମାକୁ ମିଳଇ ଶାନ୍ତି ।


ପଢ଼ାହୁଏ ଭାଗବତ ପ୍ରତିଘରେ

ଭାବରେ ଭକ୍ତିରେ ଆଜି

ମନେ ଜାଗିଉଠେ ଭାଗବତ ପ୍ରେମ 

କୃଷ୍ଣ ପ୍ରେମେ ଯାଏ ହଜି ।




Rate this content
Log in

Similar oriya poem from Classics