STORYMIRROR

Bunee Tripathy

Romance Others

4  

Bunee Tripathy

Romance Others

ପ୍ରେମ

ପ୍ରେମ

1 min
312


ପ୍ରମିକା ସାଜିଛି ପ୍ରେମକୁ ଜିତିଛି

   ପ୍ରେମ ଅଟେ ପ୍ରୀତିଫୁଲ

ପ୍ରେମ ପାରିଜାତ ଫୁଟିଛି ପରାଲୋ

   କେ ଦେଇ ପାରିବ ମୂଲ।


ପ୍ରେମ ପାରାବାର ଉଚ୍ଛୁଳା ଲହରୀ

  କୂଳକୁ ଛୁଇଁଛି ପରା

ପ୍ରେମର ଇଲାକା ତାର ବେଳାଭୂମି

  ମୁକୁତା ରହିଛି ଭରା।


ପ୍ରେମର ମନ୍ଦିରେ ତୁମେ ମୋ ଦେବତା

  ପ୍ରେମ ମୋର ଅର୍ଘ୍ଯଧୂପ

ପ୍ରେମର ପୁଷ୍ପର ଗୁନ୍ଥେ ନାହିଁ ମାଳା

   ଅନନ୍ୟ ଅଟଇ ରୂପ।


ପ୍ରେମର ଶାମୁକା ଗୋଟିଗୋଟି କରି

   ସାଇତିଛି ହୃଦେ ମୋର

ପ୍ରେମକୁ ନେଇ ମୁଁ ଗଢିଛି ସପନ

   ଏଇତ ଜୀବନ ସାର।


ପ୍ରେମ ନିର୍ଝରିଣୀ ଝରି ଯାଏ ସିନା

   ବନ୍ଧ ବାଡ ମାନେ ନାହିଁ

ପ୍ରେମର ଉଛୁଳା ସ୍ରୋତ ସ୍ରୋତସ୍ବନୀ

   ସ୍ନେହ ପ୍ରେମ ଝରୂଥାଇ।


ପ୍ରେମ ନୁହେଁ କେବେ ପଙ୍କରେ ପଙ୍କିଳ

   ନଥାଏ ଥ ଆବିଳତା

ପ୍ରେମକୁ ବୁଝିଛି ସିଏ ତ ଜାଣିଛି

  ଜୀବନର ଗଭିରତା।


ପ୍ରେମ ତ ଅଟଇ ପବିତ୍ର ବନ୍ଧନ

  ଚିହ୍ନିବାକୁ ଲୋଡା ମନ

ପ୍ରେମର ସମ୍ପର୍କ ହୃଦୟ ମିଳନ

    ଯୁଗଯୁଗ ପାଇଁ ଜନ୍ମ।


ପ୍ରେମ ନୁହେଁ କେବେ ଜଳନାର ନାମ

   ପ୍ରତାରଣା ନୁହେଁ ବାଟ

ପ୍ରେମର ପ୍ରତୀକ ତ୍ଯାଗର ସନ୍ତକ

   ଏଇତ ଜୀବନ ନାଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance